ଏହି ସମସ୍ୟା ଦିନେ କି ମାସେର ନୁହେଁ ବରଂ ବର୍ଷ ବର୍ଷର। ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପରିଶ୍ରାଗାର ଓ ଶୌଚାଳୟର ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରୀ କରିବା ସହ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଫେରାଦ ହୋଇଛନ୍ତି। କିନ୍ତୁ ଗୁହାରୀ ଶୁଣିବାକୁ କେହି ନାହାନ୍ତି। ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।
ପର୍ଯ୍ୟଟନସ୍ଥଳୀରେ ବନ୍ଦ ହୋଇ ପଡ଼ିଛି ଶୌଚାଳୟ

ଅର୍ଗସ ବ୍ୟୁରୋ: ଘଟଗାଁ ମା ତାରିଣୀ ପୀଠ , ପ୍ରତ୍ୟକ ଦିନ ଘଟଗାଁକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଦିନ ହେଉକି ରାତି ପ୍ରତ୍ୟକ ସମୟରେ ଯାତ୍ରୀ ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ସ୍ବଚ୍ଛ ହୋଇ ଧୁଆଧୋଇ ହୋଇ ମାଙ୍କ ଦର୍ଶନ ପାଇଁ ଯାଇଥାନ୍ତି। କିନ୍ତୁ ଘଟଗାଁ ବସ ଷ୍ଟାଣ୍ଡରେ ଥିବା ପରିଶ୍ରାଗାର ଅବହେଳିତ ହୋଇ ପଡିଥିବା ବେଳେ ଶୌଚାଳୟ ଭାଙ୍ଗିରୁଜି ବ୍ୟବହାର ଯୋଗ୍ୟ ହୋଇ ନାହିଁ । ଏଥିପାଇଁ ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି। ପର୍ଯ୍ୟଟସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ସ୍ଥାନର ବିକାଶ ଏଯାଏ ଆଖିଦୃଶିଆ ହେଉ ନାହିଁ। ମନ୍ଦିରର ଉନ୍ନତି ସହ ପର୍ଯ୍ୟଟକଙ୍କ ସୁବିଧାକୁ ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫ ନଜର ରଖିବା କଥା।
Download Argus News App
