ଭୁବନେଶ୍ୱର: ଏଣିକି ଟୋଲ ଗେଟରେ ଆଉ ଦେଖିବାକୁ ମିଳିବନି ଲମ୍ବା ଲାଇନ । ଦେଶର ପ୍ରତ୍ୟେକ ଟୋଲ ଗେଟରେ ହେବ ଅନଲାଇନ ଟ୍ରାନ୍ଜାକ୍ସନ୍ ଏଥିପାଇଁ ଟୋଲ ଗେଟ ଉପରେ ଏକ ସେନ୍ସର ଲାଗିବ । ସେହି ପରି ସବୁ ଗାଡି ଆଗରେ ବାର୍ କୋଡ ଲାଗିବ । ଏହି ବାର୍ କୋଡ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବ ।
ଗେଟରେ ଲାଗି ଥିବା ସେନ୍ସର ବାରକୋଡ ସ୍କାନ କରି ଆପେ ଆପେ ଟଙ୍କା କଟି ଯିବା ସହ ମୋବାଇଲକୁ ମେସେଜ ଯିବ । ଏଭଳି ବ୍ୟବସ୍ଥା ଦ୍ୱାରା ଲୋକଙ୍କ ସମୟ ବଂଚିବା ସହ ବ୍ୟାଙ୍କ ଗୁଡିକରୁ ଲୋକଙ୍କୁ କ୍ୟାସବ୍ୟାକ ମଧ୍ୟ ମିଳିବ ବୋଲି କହିଛନ୍ତି ଟୋଲ ଗେଟ ମ୍ୟାନେଜର ପରେଶ ପଟେଲ । ତେବେ ଆସନ୍ତା କାଲିଠାରୁ ଏହା ଲାଗୁ ହେବାକୁ ଥିବା ବେଳେ ଲୋକଙ୍କୁ ଆଉ କିଛି ଦିନ ସମୟ ଦେବା ପାଇଁ ଡିସେମ୍ବର 15 ତାରିଖ ଯାଏ ଘୁଞ୍ଚା ଯାଇଥିବା ସେ କହିଛନ୍ତି ।
ଅନ୍ୟପଟେ ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ସାଧାରଣ ଜନତା ଓ ଗାଡି ଚାଳକ । ଏହା ଦ୍ୱାରା ସମୟ ବଂଚିବା ସହ ଅଧିକ ସମୟ ଧାଡିରେ ଛିଡା ହେବାକୁ ପଡିବ ନାହିଁ । ସେହିପରି ଖୁଚୁରା ନଥିଲେ ମଧ୍ୟ ଅତି ସହଜରେ ଟୋଲ ଫିସ ଦେଇ ହେବ ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି।
ଅର୍ଗସ ବ୍ୟୁରୋ : ଜନ୍ମଦିନ ସମସ୍ତଙ୍କ ପାଇଁ ଅଲଗା. ସମସ୍ତେ ସମସ୍ତଙ୍କ ଜନ୍ମଦିନକୁ ନେଇ ବେଶ ଉତ୍ସାହିତ ଥାଆନ୍ତି. ଏବଂ ସମସ୍ତଙ୍କ ଠାରୁ ବିଭିନ୍ନ ଉପହାର ମିଳିବା ମଧ୍ୟ ସେ ଦିନର ଏକ ମୁଖ୍ୟ ଆକର୍ଷଣ ଅଟେ । ତେବେ ଗତ କିଛିଦିନ ତଳେ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ଜଣେ ବାପା ତାଙ୍କ ଝିଅକୁ ଏକ ମଇଲା ବୋତଲ ଗିଫ୍ଟ କରିଥିବା ତାଙ୍କ ଝିଅ ପୋଷ୍ଟ କରିଛନ୍ତି। ତେବେ ଏପରି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଉପହାରକୁ ନେଇ ଏହି ପୋଷ୍ଟ ଅନେକ ଜଣଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ତେବେ ଏହାର କାରଣ ଜଣାଇ ତାଙ୍କ ଝିଅ ପାଟ୍ରିସିଆ ମୋଉ ଲେଖିଛନ୍ତି, ଏହା ପ୍ରଥମ ଥର ନୁହେଁ ତାଙ୍କ ବାପା ତାଙ୍କୁ ପ୍ରତିବର୍ଷ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଗିଫ୍ଟ ଦେଇଛନ୍ତି ।
For my birthday this year, my dad gifted me a dirty bottle of water. Not kidding.
In the past he’s gifted me: a first aid kit, pepper spray, an encyclopedia, a key chain, dedicated a book he wrote to me, etc. good ol dad gifts.
He told me this years gift was extra special as… pic.twitter.com/N56AiGgErJ — Patricia Mou (@patriciamou_) October 2, 2023
ପୂର୍ବରୁ ସେ ତାଙ୍କୁ ବ୍ଲାକ ପିପର ସ୍ପ୍ରେ, କିଟ,ଏନସାଇକ୍ଲୋପିଡିଆ ଏବଂ ସେ ତାଙ୍କ ପାଇଁ ଲେଖିଥିବା ଏକ ବହି ଗିଫ୍ଟ କରିଥିଲେ । ତେବେ ଚଳିତବର୍ଷ ତାଙ୍କୁ ଏକ ସ୍ବତନ୍ତ୍ର ଧରଣର ଗିଫ୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । କାରଣ ଏହି ଗିଫ୍ଟ ତାଙ୍କୁ ଏକ ମୂଲ୍ୟବାନ ଜୀବନ ଶିକ୍ଷା ଦେଇଛି । ଯାହା କେବେବି ଟଙ୍କା ଦ୍ବାରା କିଣି ହେବନି । ତାଙ୍କ ବାପା ତାଙ୍କୁ ଏଇ ଗିଫ୍ଟ ଦେଇ କହିଥିଲେ , ଯେତେବେଳେ ତୁମେ ବ୍ୟସ୍ତ କିମ୍ବା ବିଚଳିତ ଥିବା ସେତେବେଳେ ତୁମ ଚତୁପାର୍ଶ୍ବରେ ତୁମକୁ ସବୁକିଛି ମଇଳା ଦେଖାଯିବ । ତୁମେ ଆଶାହୀନ ହୋଇପଡିବ । କିନ୍ତୁ ଯେତେବେଳେ ତୁମ ମୁଣ୍ଡ ସ୍ଥିର ଥିବ, ତୁମେ ଶାନ୍ତ ଥିବ, ସେତେବେଳେ ଏହି ବୋତଲ ଭଳି ମଇଳା ମଧ୍ୟ ମାତ୍ର ୧୦% ଦେଖାଯିବ । ତେଣୁ ଦୃଷ୍ଟିକୋଣ ହିଁ ସବୁକିଛି ।
ତେବେ ମୋଉ ଲେଖିଛନ୍ତି, ଏହି ଗିଫ୍ଟ ତାଙ୍କ ସବୁଠୁ ବେଷ୍ଟ ଗିଫ୍ଟ ଥିଲା.ଯାହା ଖୁବ ସରଳ ଏବଂ ଗଭୀର ଅର୍ଥ ପ୍ରକାଶ କରେ। ଏବଂ ଏହାଏକ ମୂଲ୍ୟବାନ ଶିକ୍ଷା ଦେଲା । ତାହା ହେଉଛି, ନିଜ ଖରାପ ସମୟରେ ମଧ୍ୟ ବିଚଳିତ ନହୋଇ ସ୍ଥିରଚିତ୍ତରେ କାମ କରିବା ଉଚିତ । ଖରାପ ସମୟ ପରେ ଖୁବ ଭଲ ସମୟ ଆସେ ।
ଅର୍ଗସ ବ୍ୟୁରୋ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।
ଉର୍ଫିଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ଉର୍ଫି ଏହି ଫଟୋକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଅଧିକ ପଢ଼ନ୍ତୁୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଭାରତୀୟ ସିନେମା ଜଗତର ଏକାଠି ନଜର ଆସିବେ ଦୁଇ ମହାନାୟକ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ। ୩୨ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବେ। ସେମାନେ ‘ଥଲାଇବାର ୧୭୦’ ସିନେମାରେ ଏକତ୍ର କାମ କରିବାକୁ ଯାଉଛନ୍ତି। ଦୁଇ ସୁପରଷ୍ଟାରଙ୍କ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି।
ଉକ୍ତ ଦୁଇ ଅଭିନେତାଙ୍କ ବ୍ୟତୀତ ଏଥିରେ ତେଲୁଗୁ ଷ୍ଟାର ରାଣା ଡଗୁବାତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ପୂର୍ବରୁ ୧୯୯୧ରେ ହିନ୍ଦୀ ସିନେମା ‘ହମ୍’ରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଛବି ‘ଅନ୍ଧା କାନୁନ୍’ରେ ମଧ୍ୟ ରଜନୀକାନ୍ତ ଓ ଅମିତାଭ ଅଭିନୟ କରିଥିଲେ। ତେବେ ଦୁଇ ଅଭିନେତା ପରସ୍ପରର ପ୍ରଶଂସକ ରହି ଆସିଛନ୍ତି।
‘ଥଲାଇବାର ୧୭୦’ ସିନେମା ପାଇଁ ଅମିତାଭ ବଚ୍ଚନଙ୍କ ଫଟୋ କଳାଧଳାରେ ଆସିଛି। ସେଥିରେ ଲେଖାଯାଇଛି ‘ଥଲାଇବର ୧୭୦ ଟିମ୍’। ଲାଇକା ପ୍ରଡକସନ୍ସ ଏଥିରେ ଲେଖିଛି ଭାରତୀୟ ସିନେମାର ଶାହନଶାହ ଅମିତାଭ ବଚ୍ଚନଙ୍କୁ ‘ଥଲାଇବର ୧୭୦’କୁ ସ୍ବାଗତ। ଅମିତାଭ ଅଭିନୟ କରିବା ଫଳରେ ସିନେମା ନୂଆ ଉଚ୍ଚତାରେ ପହଞ୍ଚିଛି ବୋଲି କୁହାଯାଇଛି। ସେହିଭଳି ଫହତଙ୍କ ପୋଷ୍ଟର ରିଲିଜ କରିବାକୁ ଯାଇ ଲେଖାଯାଇଛି ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ସ୍ବାଗତ। ରାଣା ଡଗୁବାତୀଙ୍କ ଛବି ସହିତ ଲେଖାଯାଇଛି ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ସ୍ବାଗତ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର