ସଂରକ୍ଷଣ ପାଇଁ ସୁବିଧା ନାହିଁ। ଉତ୍ପାଦିତ ସାମଗ୍ରୀର ଠିକ୍ ମୂଲ୍ୟ ପାଉ ନାହଁନ୍ତି ଚାଷୀ। ଶୀତଳଭଣ୍ଡାର ସ୍ବପ୍ନ ପାଲଟିଛି। ହାଡ ଭଙ୍ଗା ପରିଶ୍ରମ କରିଲେ ହେଲେ ଲାଭ ନାହିଁ। ଟମାଟୋ ଚାଷ କ୍ଷେତ ହିଡରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଧାର କରଜ କରି ବରଗଡ ଜିଲ୍ଲାର ପଦ୍ମପୁର, ପାଇକମାଲ ଓ ଝାଡବନ୍ଦ ବ୍ଲକରେ ଚାଷୀ କରଥିଲେ ଟମାଟୋ ଚାଶ। ଶହଶହ ହେକ୍ଟର କ୍ଷେତରେ ହସୁଛି ଲାଲବିଲାତି। ଗତବର୍ଷଠାରୁ ଅଧିକ ଲାଭ ପାଇଥିଲେ ଚାଷୀ। ଟ୍ରେ ପିଛା ୭ଶହ ରୁ ୭ ଶହ ୫୦ ଟଙ୍କା ରହିଥିଲା। କିନ୍ତୁ ଚଳିତ ବର୍ଷ ଟମାଟୋ ଚାଷୀ ଖର୍ଚ୍ଚ କରିଥିବା ଅର୍ଥ ମିଳୁଛି କି ନାହିଁ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଏବେ ଟ୍ରେ ପିଛା ଚାଷୀ ୨ଶହ ଟଙ୍କାରେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି ଚାଷୀ। ବେପାରୀ ମାନେ କ୍ଷେତ ମୁଣ୍ଡରେ ଗାଡି ଲଗାଇ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଅତି ସୁଲଭ ଦରରେ ବୋହି ନେଉଛନ୍ତି।
ବିଲରେ ସଢୁଛି ଲାଲ ବିଲାତି। କ୍ଷେତରେ ଖତଖାଉଛି ଟମାଟୋ। ଚାଷୀର ସ୍ବପ୍ନ ଯେଉଁଠି ଆରମ୍ଭ ହୋଇଥିଲା ସେହିଠିହିଁ ମଉଳି ଯାଇଛି। ଲାଭ କଥା ଦୂରରେ ଥାଉ ମୂଳବି ବିଗିଡ଼ିଗଲାଣି। ରାଜ୍ୟରେ ଚାଷୀ ନାଁ ଚାଷ ପ୍ରତି ରାଜ୍ୟ ସରକାରଙ୍କର ରହିଛି ଆନ୍ତରିକତା। କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର। ଫଳରେ ଟମାଟୋ ଚାଷୀ ଚାଷରୁ ମୁଁହ ଫେରାଇଲେଣି ବୋଲି କହିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗି।
ଅର୍ଗସ ବ୍ୟୁରୋ: ଚିନ୍ତାରେ ଟମାଟୋ ଚାଷୀ। ବୁଡିଗଲାଣି ଟମାଟୋ ଚାଷ। ଟମାଟୋ ଚାଷରୁ ମୁହଁ ଫେରାଉଛନ୍ତି ପଦ୍ମପୁର ,ପାଇକମାଳ ଓ ଝାଡବନ୍ଦର ଚାଷୀ। ଶୀତଳଭଣ୍ଡାର ନଥିବାରୁ କ୍ଷେତ ମୁଣ୍ଡରେ ଦଲାଲ ହାତକୁ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଟେକି ଦେଉଛି ଚାଷୀ।
ସଂରକ୍ଷଣ ପାଇଁ ସୁବିଧା ନାହିଁ। ଉତ୍ପାଦିତ ସାମଗ୍ରୀର ଠିକ୍ ମୂଲ୍ୟ ପାଉ ନାହଁନ୍ତି ଚାଷୀ। ଶୀତଳଭଣ୍ଡାର ସ୍ବପ୍ନ ପାଲଟିଛି। ହାଡ ଭଙ୍ଗା ପରିଶ୍ରମ କରିଲେ ହେଲେ ଲାଭ ନାହିଁ। ଟମାଟୋ ଚାଷ କ୍ଷେତ ହିଡରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଧାର କରଜ କରି ବରଗଡ ଜିଲ୍ଲାର ପଦ୍ମପୁର, ପାଇକମାଲ ଓ ଝାଡବନ୍ଦ ବ୍ଲକରେ ଚାଷୀ କରଥିଲେ ଟମାଟୋ ଚାଶ। ଶହଶହ ହେକ୍ଟର କ୍ଷେତରେ ହସୁଛି ଲାଲବିଲାତି। ଗତବର୍ଷଠାରୁ ଅଧିକ ଲାଭ ପାଇଥିଲେ ଚାଷୀ। ଟ୍ରେ ପିଛା ୭ଶହ ରୁ ୭ ଶହ ୫୦ ଟଙ୍କା ରହିଥିଲା। କିନ୍ତୁ ଚଳିତ ବର୍ଷ ଟମାଟୋ ଚାଷୀ ଖର୍ଚ୍ଚ କରିଥିବା ଅର୍ଥ ମିଳୁଛି କି ନାହିଁ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଏବେ ଟ୍ରେ ପିଛା ଚାଷୀ ୨ଶହ ଟଙ୍କାରେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି ଚାଷୀ। ବେପାରୀ ମାନେ କ୍ଷେତ ମୁଣ୍ଡରେ ଗାଡି ଲଗାଇ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଅତି ସୁଲଭ ଦରରେ ବୋହି ନେଉଛନ୍ତି।
ବିଲରେ ସଢୁଛି ଲାଲ ବିଲାତି। କ୍ଷେତରେ ଖତଖାଉଛି ଟମାଟୋ। ଚାଷୀର ସ୍ବପ୍ନ ଯେଉଁଠି ଆରମ୍ଭ ହୋଇଥିଲା ସେହିଠିହିଁ ମଉଳି ଯାଇଛି। ଲାଭ କଥା ଦୂରରେ ଥାଉ ମୂଳବି ବିଗିଡ଼ିଗଲାଣି। ରାଜ୍ୟରେ ଚାଷୀ ନାଁ ଚାଷ ପ୍ରତି ରାଜ୍ୟ ସରକାରଙ୍କର ରହିଛି ଆନ୍ତରିକତା। କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର। ଫଳରେ ଟମାଟୋ ଚାଷୀ ଚାଷରୁ ମୁଁହ ଫେରାଇଲେଣି ବୋଲି କହିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।