ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଇଦ । ଯାହାକୁ ଇସଲାମ ଧର୍ମରେ ଇଦୁଲ ଫିତର ଭାବେ ପାଳନ କରାଯାଏ । ମୁସଲମାନ ମାନଙ୍କର ବଡ ପର୍ବ ଅଟେ । ଏକମାସର ଉପବାସ ପରେ ଇସଲାମ ଧର୍ମାବଲମ୍ବୀମାନେ ପବିତ୍ର ଇଦ-ଉଲ ଫିତରରେ କାଲି ଭାଙ୍ଗିବେ ରୋଜା । ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲା ପରେଯାଇ ଆରମ୍ଭ ହୋଇଥାଏ । ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି କୁହାଯାଏ । ମାସସାରା ଇସଲାମୀ ଧର୍ମାବଲମ୍ବୀ ଉପବାସ ବା ରୋଜା କରିଥାନ୍ତି । ଇସଲାମୀ ବର୍ଷରେ ଥିବା ଦୁଇଟି ଇଦ ଭିତରୁ ଏହା ଗୋଟିଏ ।ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଭଗବାନ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଏବଂ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି ।
ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲୀମ ସମ୍ପ୍ରଦାୟର ଲୋକମାନେ କିଛିନା କିଛି ଦାନ ବା ଭିକ୍ଷାଦେଇଥାନ୍ତି । ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସିବି ଖାଦ୍ୟଦ୍ରବ୍ୟ ହୋଇପାରେ, ଯଥା, ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ ଗରିବମାନଙ୍କ ଭିତରେ ବଣ୍ଟାଯାଏ। ଇସଲାମ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି କୁରାନ ସରିଫ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ ମାସସାରା ଉପବାସ ରଖିବାକୁ ଏବଂ ଇଦ ପ୍ରାର୍ଥନା ଆଗରୁ ଜକତ ଓ ଫିତ୍ର ଅର୍ପଣ କରିବାକୁ କହିଛନ୍ତି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମୁସଲମାନ ଭାଇ ଓ ଭଣଣୀମାନେ ଇଦ୍ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଚାନ୍ଦ କମିଟି ତଫରୁ ରମଜାନ୍ କୁ କିଭଳି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେନେଇ ବୈଠକ ପରେ ବୈଠକ କରାଯାଉଛି । ଯାହାକୁ ନେଇ ଇସଲାମ ଧର୍ମାବଲମ୍ବୀଙ୍କ ପରିବାରେ ଉତ୍ସାହ ଦେଖିବାକୁ ମିଳୁଛି ।
ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ ।
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
ନୂଆପଡା: ଏଟିଏମ୍ ଭାଙ୍ଗି ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। ନୂଆପଡା ଖଡିଆଳ ସହରର ମିଶନ ହସ୍ପିଟାଲ ଆଗରେ ଥିବା ଏସବିଆଇ ଏଟିମ୍ ରୁ ହୋଇଛି ଲୁଟ୍।
ଗ୍ୟାସ କଟରରେ ଏଟିଏମକୁ କାଟି ଦୁର୍ବୃତ୍ତ ଲୁଟିନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଖଡିଆଳ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାତ୍ୟା ମିଚୋଁଗ୍ ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଚୋଁଗ୍' । ପ୍ରଭାବରେ ଗତକାଲିଠି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଚେନ୍ନାଇରେ ଜୋରରେ ପବନ ମଧ୍ୟ ବହିବା ଆରମ୍ଭ ହୋଇଗଲାଣି । ଫଳରେ ବଡ ବଡ ଗଛ ରାସ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ବସ ଷ୍ଟପ୍, ରେଳଷ୍ଟେସନ ସବୁଠି ଜଳ ମଗ୍ନ । ସମୟ ଯେତେ ବଢୁଛି ଲୋକଙ୍କ ମନରେ ଛନକା ସେତେ ବଢୁଛି ।
କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ । ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।
ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' ; ୯୦ରୁ ୧୦୦ କିମି ବେଗରେ ବହିବ ପବନ