ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଁଞ୍ଚି ସାରିଥିବା ବେଳେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଲିଙ୍ଗରାଜ ମନ୍ଦିର ପରିସରକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏପଟେ ପ୍ରସ୍ତୁତି ବୈଠକରେ ରଥଯାତ୍ରା ନେଇ ସମସ୍ତ ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି। ଆଜି ରଥରେ ନେତ ଲାଗି ହେବା ସହ ରଥ ପ୍ରତିଷ୍ଠା ହେବ।
ଆସନ୍ତାକାଲି ଭୋର 5ଟାରୁ 5.30 ମିନିଟ ରେ ମଙ୍ଗଳ ଆଳତୀ , ସାହାଣ ମେଳା ଦର୍ଶନ 5.30 ରୁ 6.30 ଏବଂରଥ ଉପରେ ମାହାପ୍ରଭୁଙ୍କ ରଥପୁଜା 1.30 ରୁ 3.30 ପର୍ଯ୍ୟନ୍ତ ହେବା ପରେ 3.30ରେ ରଥଟଣା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିନା କଟକଣାରେ ରଥ ଟାଣିବାକୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଆଉ ଭକ୍ତ ବି ପ୍ରସ୍ତୁତ। ଏପଟେ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି।
ଅଧିକ ଓଡିଶା ଖବର ପଢନ୍ତୁ