କୋରାପୁଟ ଓ ମାଲାକିନଗିରି ମାଓ ଅଞ୍ଚଳର ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ବିଏସଏଫ ତାର ସହଯୋଗ ଜାରି ରଖିଛି । ରାସ୍ତାଘାଟ, ନୂଆ ସ୍କୁଲ, ହସପିଟାଲ, ଅଙ୍ଗନଓ୍ବାଡି ପଞ୍ଚାୟତ ଭବନ, କମ୍ୟୁନିଟି ହଲ, ବିଭିନ୍ନ ପ୍ରୋଜେକ୍ଟ ପ୍ଲାଣ୍ଟ ଓ ଟେଲିକମ ଟାୱ୍ବର ନେଇ ଉନ୍ନତି ହୋଇଛି । ଓଡିଶାରେ ମାଓବାଦୀଙ୍କ ଦବଦବା ନାହିଁ । ବନ୍ଧୁକ ଛାଡି ବିକାଶରେ ସାମିଲ ହେବା ବିଏଏଫ ଆଇଜି ମାଓବାଦୀ ମାନଙ୍କୁ ଆହ୍ବାନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସରେଣ୍ଡର ପଲିସି ଭଲ ରହିଛି । ଚଳିଚତ ବର୍ଷ ୬୪ଜଣ କୁଖ୍ୟାତ ମାଓଦାଦୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ୬୨୯ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେପଟେ ସ୍ଥାନୀୟ ଲୋକଙ୍କ ନିକଟତର ଓ ବିଶ୍ବାସଭାଜନ ହେବା ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ନିଯୁକ୍ତି ଲାଗି ତାଲିମ କାର୍ଯ୍ୟକ୍ରମ, ଆଦିବାସୀ ଯୁବବର୍ଗଙ୍କୁ ଦକ୍ଷତା ବିକାଶ କରାଇବା ଲାଗି ବିଏସଏଫ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବିଏସଏଫ ଆଇଜି କହିଛନ୍ତି । ଦେଶର ସୀମା ଓ ଲୋକଙ୍କ ସୁରକ୍ଷା ଲାଗି ୧୯୬୫ ମସିହା ଡିସେମ୍ବର ୧ ତାରିଖରେ ସ୍ଥାପନା ହୋଇଥିଲା । ବିଏସଏଫ ସ୍ଥାପନା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୨୫ଟି ବାଟାଲିୟନ ଥିବା ଏବେ ୧୯୩ଟି ବାଟାଲିୟନ ଗଠନ ହୋଇଛି ।