ଡଗରା ବେଳାଭୂମିରେ ଦେଖା ଦେଲେ ଅଲିଭ ରିଡଲେ ଶାବକ । ଚାନ୍ଦିପୁର ବନାଞ୍ଚଳର ଲଙ୍ଗଳେଶ୍ବର ବନପାଳ ଚୌମୁଖ ବନ୍ୟ ବିଟ୍ ହାଉସ୍ ନିକଟରେ ଥିବା ସାମୁଦ୍ରିକ ବେଳା ଭୂମିରୁ ଅଲିଭ ରିଡଲେ କଇଁଛ ଅଣ୍ଡାକୁ ବନବିଭାଗ ଗତ ଫେବୃୟାରୀ 29 ତାରିଖରୁ ଠାବ କରିବା ପରେ ସେଗୁଡିକର ରକ୍ଷଣାବେକ୍ଷଣ କରାଯାଇଥିଲା । ଆଉ ଏବେ ଶହେରୁ ଉର୍ଦ୍ଦ୍ବ ଅଲିଭ ରିଡଲେ ପ୍ରଜାତିର ଜୀବିତ କଇଁଛ ଶାବକଙ୍କୁ ଦେଖିବା ପରେ ବନ ବିଭାଗ ସେମାନଙ୍କର ବିଶେଷ ଧ୍ୟାନ ରଖିଛି . ଉକ୍ତ ସ୍ଥାନକୁ ବେଆଇନ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା ।
ତେବେ ସେବେଠାରୁ ଦୀର୍ଘ 49ଦିନ ପରେ ଏବେ ଶହେରୁ ଉର୍ଦ୍ଧ୍ବ ଅଲିଭ ରିଡଲେ ପ୍ରଜାତିର କଇଁଛ ଶାବକଙ୍କୁ ଦେଖିବାକୁ ମିଳିଛି ।
ଏହି ଖବର ବନବିଭାଗ ଜାଣିବା ପରେ ଉକ୍ତ ଅଞ୍ଚଳ ଉପରେ ନଜର ରଖିବା ସହ କଇଁଛ ସାବକ ଗୁଡ଼ିକଙ୍କ ଯତ୍ନ ନେଉଛି ।କିପରି ଭାବେ କଇଁଛ ସାବକ ଗୁଡ଼ିକ ବଡ଼ ହେବେ ଏବଂ ସୁରକ୍ଷିତ ଭାବେ ଚଳପ୍ରଚଳ କରିବେ ସେନେଇ ବ୍ୟବସ୍ଥା କରୁଛି ।ବିଶେଷ କରି କଇଁଛଗୁଡ଼ିକୁ କାଳେ କେହି ଶିକାର କରି ନେଇଯିବ କିମ୍ବା ସେମାନଙ୍କର ମୃତ୍ୟୁ ହେବ ସେଥିପ୍ରତି ମଧ୍ୟ ତୀକ୍ଷ୍ମଣ ନଜର ରଖିଛି ବିଭାଗ ।
