ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟୁରିଜିମ ମେଳା । ୩ଦିନ ଧରି ହୋଟେଲ ପାଲ ହାଇଟରେ ଚାଲିବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ତାଙ୍କର ପର୍ଯ୍ୟଟନ ସ୍ଥଳକୁ ନେଇ ବିଶେଷ ଆଲୋଚନା କରାଯିବ। ଓଡ଼ିଶାରେ ରହୁଥିବା ଲୋକମାନେ ଅନ୍ୟ ରାଜ୍ୟ ବୁଲିବାକୁ ଯିବାକୁ ଚାଂହୁଥିଲେ ସେମାନଙ୍କ ସୁବିଧା ପାଇଁ କଣ କଣ କରାଯାଇପାରେ ତାହା ଉପରେ ମଧ୍ୟ ଆଲୋଚନା ହେବ। ଓଡିଶା ମଧ୍ୟ ସେଥିରେ ଭାଗ ନେଇଛି। ଓଡ଼ିଶାରେ ହୋଇଥିବା ପର୍ଯ୍ୟଟନ ସ୍ଥଳକୁ ମଧ୍ୟ କିଭଳି ଅଧିକ ଆଗକୁ ନିଆଯାଇପାରେ ତାହା ଉପରେ ଆଲୋଚନା କରାଯିବ।
ଅଧିକ ପଢନ୍ତୁ ଓଡିଶା ଖବର
ଏପରି କାର୍ଯ୍ୟକ୍ରମ ଦ୍ବାରା ଜନ ସାଧାରଣ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେବେ .ଏବଂ ପର୍ଯ୍ୟଟନ ଦ୍ବାରା ଆର୍ଥିକ ଉନ୍ନତି ମଧ୍ୟ କିପରି ହେବ, ସେଥିପାଇଁ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି. ଏହା ଖୁବ ଛୋଟ ପଦକ୍ଷେପ, ଏହାକୁ ବଡ କରିବା ପାଇଁ ସରକାର ସାହାଯ୍ୟ କଲେ ଏହା ଆହୁରି ଭଲ ଭାବରେ ହେବାସହ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତି ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଛି.