କଅଁଳ ଖରାକୁ ଚାରିଆଡେ ସବୁଜିମା....ଆଉ ଛୋଟ ବଡ ପଥର । ତାରି ମଧ୍ୟରେ ବୋହି ଯାଉଛି ପୂଣ୍ୟତ୍ୱୟା ବୈତରଣୀ । ପ୍ରକୃତିର ଏ ସୌନ୍ଦର୍ଯ୍ୟ ଦେଖିଲେ ଯେତେ ଦୁଃଖ ଥିଲେ ସବୁ ଦୂର ହେଇଯିବ ।
ଦେଖୁନାହାନ୍ତି ଲୋକମାନେ କେମିତି ଏହାକୁ ଉପଭୋଗ କରିବାକୁ ଆସିଗଲେଣି । ଆଖିରେ ଆଖିରେ ପ୍ରକୃତିର ଏହି ସୌନ୍ଯ୍ୟକୁ ମାପୁଛନ୍ତି । କ୍ୟାମେରାରେ କଏଦ କରି ରଖୁଛନ୍ତି । ତା ସହ ରୋଷେଇ ବାସ କରି ଏହି ମୂହୂର୍ତ୍ତକୁ ଆହୁରି ସ୍ମରଣୀୟ କରୁଛନ୍ତି ।
ଏହି ଭୀମକୁଣ୍ଡ ପଛରେ ରହିଛି ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ....
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଲିଯୋଡି ଗ୍ରାମ ସୀମା ଦେଇ ବୋହିଯାଇଛି ପୂଣ୍ୟତ୍ବୟା ବୈତରଣୀ, ଅଉ ଏହି ବୈତରଣୀ ଭୀମକୁଣ୍ଡ ରେ ପ୍ରକୃତିକ ଶୋଭାର ଗନ୍ତାଘର ହେଉଛି ବିଶାଳ ପ୍ରସ୍ଥରରେ ପରିପୂର୍ଣ୍ଣ ବୈତରଣୀ ଛାତି । ଏହାକୁ ମନଭରି ଉପଭୋଗ କରିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଖାସ କରି ଶୀତ ଋତୁରେ ଏଠାରେ ଭିଡ ପରିଲିକ୍ଷିତ ହୁଏ । ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ମଧ୍ୟମ ପାଣ୍ଡବ ଭୀମ ଏହି ବୈତରଣୀ କ୍ଷୀଣ ଜଳଧାରରେ ଶୋଇ ରହି ସ୍ନାନ କରୁଥିଲେ । ଏହି ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀର କ୍ଷୀଣ ଜଳଧାର ବାଧାପ୍ରାପ୍ତ ହୋଇ ଜଳରାଶି ନିମ୍ନଗାମୀ ହୋଇଥିଲା । ଫଳରେ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା । ସେବେଠୁ ଏହି ସ୍ଥାନ ଭୀମକୁମ୍ଡ ନାମରେ ପରିଚିତ ।
କେନ୍ଦୁଝର ରାଜାଙ୍କ ଦ୍ବାରା ଭୀମକୁଣ୍ଡ କେନ୍ଦୁଝର ଜିଲ୍ଲାର ଅଂଶ ଭାବେ ଗଣାଯାଉଥିବା ବେଳେ ଏବେ ଭୀମକୁଣ୍ଡର ମୂଖ୍ୟ ଗଣ୍ଡ ଘଟଗାଁ ଥାନା ଅଞ୍ଚଳ ଭିତରେ ରହିଛି । ଏଠାରେ ଉଭୟ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ର ସୀମା ନିର୍ଦ୍ଧାରଣ କରିଥାଏ । କେନ୍ଦୁଝର ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସମାଗମ ପାଇଁ ଡାକବଙ୍ଗଳା ଠାରୁ ଆରମ୍ଭ କରି ଓ୍ବାଚ୍ ଟାଓ୍ବାର , ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି । ପର୍ଯ୍ୟଟକ ଏଠାରେ ବଣଭୋଜି କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିବା ସହ ମଜା ଉଠାଉଛନ୍ତି ।
ତେବେ ଏହି ପ୍ରକୃତିକ ସୌନ୍ଦର୍ଯ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତି ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ । ପ୍ରାକୃତିକ ଶୋଭାରାଶି ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ ଭୀମକୁଣ୍ଡର ଅପରୂପା ନୀଳ ଜଳରାଶି ପ୍ରତି ।
ପର୍ଯ୍ୟଟନ ଖବର ଆହୁରି ପଢ଼ନ୍ତୁ ।