ଅର୍ଗସ ବ୍ୟୁରୋ: ଖରାଦିନେ ବିଦ୍ୟୁତ ସମସ୍ୟାର ମୁକାବିଲାକୁ ନେଇ TPCODLର ସାମ୍ବାଦିକ ସମ୍ମିଳନୀ । କମ୍ପାନୀ ସିଇଓ ଏମ୍. ସେନବାଗମଙ୍କ ସୂଚନା । ଗତ ବର୍ଷ ଲୋ ଭୋଲଟେଜ ଅଞ୍ଚଳ ଚିହ୍ନଟ କରାଯାଇଥିଲା । ତାକୁ ଆଧାର କରି ଟ୍ରାନ୍ସଫର୍ମର ରିପ୍ଲେସ କରିବା ଆରମ୍ଭ କରାଯାଇଥିଲା । ତେବେ ୧୦୦ରୁ ଅଧିକ ଟ୍ରାନ୍ସଫର୍ମର ରିପ୍ଲେସ କରାଯାଇଛି । ୧୦୦୦ଟି ଟ୍ରାନ୍ସଫର୍ମରକୁ ନବୀକରଣ କରାଯାଇଛି । ଏହାସହ ୨୦ ହଜାର ଟ୍ରାନ୍ସଫର୍ମର ଗୁଡିକୁ ମରାମତି କରାଯାଇଛି । ୨୫ ହଜାର ସର୍କିଟ କିଲୋମିଟରକୁ ମରାମତି କରାଗଲା ।
ସେହିପରି ଖରାଦିନେ ଓଭର ଲୋଡ ସମସ୍ୟା ପାଇଁ ୮ଟି ମୋବାଇଲ ସବଷ୍ଟେସନ ପ୍ରସ୍ତୁତ କରି ରଖାଯାଇଛି । ଚଳିତ ବର୍ଷ ପିକ୍ ଆୱାରରେ ୧୫୪୫ ୟୁନିଟ ବିଦ୍ୟୁତ ଆବଶ୍ୟକ ହେଉଛି । ଯେହେତୁ ହାଇଡ୍ରୋ ଷ୍ଟେସନ ଗୁଡିକରେ ପାଣି କମ୍ ଅଛି । ତେଣୁ ୩୦୦ ମେଗାୱାଟ ପର୍ଯ୍ୟନ୍ତ ଜଳ ବିଦ୍ୟୁତ କମ୍ ଉତ୍ପାଦନ ହେଉଛି । ଓଡିଶାରେ ତାପଜ ବିଦ୍ୟୁତ କ୍ଷେତ୍ରରେ ପ୍ରାୟ କୌଣସି ସମସ୍ୟା ନାହିଁ । କୋଇଲା ଆବଶ୍ୟକ ମୁତାବକ ମହଜୁଦ ଅଛି । ହାଇଡ୍ରୋ ପାୱାର ଷ୍ଟେସନ ଗୁଡିକରେ ପାଣି କମ୍ ଥିବାରୁ ବିଦ୍ୟୁତ ଉତ୍ପାଦନ ଜନିତ ସମସ୍ୟା ଉପୁଜୁଛି । ଯାହାଦ୍ଵାରା ଅସ୍ଥାୟୀ ଭାବେ ୩୦ ମିନିଟରୁ ୪୫ ମିନିଟ ପର୍ଯ୍ୟନ୍ତର ବିଜୁଳି କାଟ୍ ହେବ । ଆଉ କିଛି କିଛି ସ୍ଥାନରେ ୧ ଘଣ୍ଟା ପର୍ଯ୍ୟନ୍ତର ବିଜୁଳି କାଟ ହୋଇପାରେ । ବାତ୍ୟା ପରେ ବିଦ୍ୟୁତ ଭିତ୍ତିଭୂମି ଗୁଡିକର ମରାମତି ଅସ୍ଥାୟୀ ଭାବେ କରାଯାଇଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ସେଗୁଡିକୁ ଭଲ ଭାବେ ମରାମତି କରାଯାଏ । ବାତ୍ୟା ଫନି ଏବଂ ବିଗତ ଦିନରେ ହୋଇଥିବା ବାତ୍ୟାରେ କ୍ଷତି ହୋଇଥିବା ପ୍ରାୟ ୪୦ ହଜାର ବିଦ୍ୟୁତ ଖୁଣ୍ଟ ମରାମତି କରାଯାଇଛି । TPCODLର ସମସ୍ତ ମିଟର ଟେଷ୍ଟ କରି ଲଗାଯାଇଛି । ଯଦି କଷ୍ଟମରଙ୍କର ଅଭିଯୋଗ ଆସୁଛି ।
ତେବେ ମିଟର ଗୁଡିକୁ ସାଇଟରେ ଟେଷ୍ଟ କରାଯାଏ ଏବଂ ଆବଶ୍ୟକ ପଡିଲେ ଲ୍ୟାବରେ ଟେଷ୍ଟ କରାଯାଏ । TPCODLର ଗୋଟିଏ ବି ମିଟର ତ୍ରୁଟିପୂର୍ଣ୍ଣ ନୁହେଁ । ଯଦି ଭୁଲବଶଃତ ମାନୁଫାକ୍ଚରିଂ ତ୍ରୁଟି ଥିଲେ ମରାମତି କରାଯାଏ । ଲୋ ଭୋଲଟେଜ ଅଞ୍ଚଳରେ ୧୬ଟି ସବଷ୍ଟେସନ ବସାଇବାର ଯୋଜନା ରହିଛି । ମାର୍ଚ୍ଚ ୨୦୨୪ ଭିତରେ ସବୁ ସାରିବାର ଲକ୍ଷ୍ୟ ରଖାଯାଇଛି ।