ଧକ୍କା ଦେବା ପରେ ଉକ୍ତ ବାଇକ ଉପରେ ଚଢି ଯାଇଥିଲା ଟ୍ରାକ୍ଟର। ଯାହା ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଟ୍ରାକ୍ଟର ଟି ରାସ୍ତା ପାର୍ଶ୍ଵ କୁ ଓଲଟି ପଡିଥିଲା। ମୃତକ ଦୁଇ ଜଣ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଡ୍ରାଇଭର ସମେତ ଟ୍ରାକ୍ଟରରେ ଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହେଲେ ଟ୍ରାକ୍ଟର ହେଲ୍ପରକୁ ଗ୍ରାମବାସୀ ଅଟକ ରଖିଛନ୍ତି। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ମୃତଦେହ ଜବତ କରିଛି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର