ଭୁବନେଶ୍ଵର: ଅଟୋ ମହାସଂଘ ଆନୁକୂଲ୍ୟରେ ଆଜ ସକାଳ 8ଘଟିକା ସ୍ଥାନ ରାଜମହଲ ଛକରେ ଦୁଇଶହ ଜଣ ଅଟୋ ଚାଳକଙ୍କୁ ନେଇ ଏକ ଟ୍ରାଫିକ ସଚେତନତା ପଦଯାତ୍ରା କରିଥିଲା। ପଦଯାତ୍ରା ରାଜମହଲ ଛକରୁ ବାହାରି ଜନପଥରେ ମାଷ୍ଟରକ୍ୟାଣ୍ଟିନ ଦେଇ ୟୁନିଟ 3 ସ୍ଥିତି ଉତ୍କଳ ସାମ୍ବାଦିକ ଭବନରେ ପହଂଚିଥିଲା।
ରାଜ୍ୟସଭା ସାଂସଦ ସୁବାସ ସିଂ, ବିଧାୟକ ଅନନ୍ତ ଜେନା, ଭୁବନେଶ୍ୱର ଦୁଇ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ ମହାନ୍ତି, ବିରଞ୍ଚି ନାରାୟଣ ଅଧିକାରୀ, ମକବୂଲ ଅଲି, ସାମ୍ବାଦିକ ସଙ୍ଘ ର ସଭାପତି ବିଭୁତି କର, ପରିଜା ବାବୁ ସଭାପତି ଭୁବନେଶ୍ୱର ଟ୍ରକ ମାଲିକ ସଙ୍ଘ, ଜଲୀନ ଭାଇ, ଭୁବନେଶ୍ୱର ବିଭିନ୍ନ ସଙ୍ଘ ଅଟୋ ମହାସଂଘର କର୍ମକର୍ତ୍ତା ମିହିର ରାଉତ, ପ୍ରଶାନ୍ତ ରାଉତ, ବିଜୟ ପଟ୍ଟନାୟକ, ଅତୀଶ କୁମାର ମାର୍ଥା, ଲିଙ୍ଗରାଜ ସାମନ୍ତସିଂହାର, ଧିରେନ, ଦେବରାଜ, ଶ୍ରୀଧର, ନାରଣ, ବାପି, ବଂଶୀଧର, ବ୍ରଜ, ବିପିନ ବିହାରୀ ହୋତା, ଦାସ, ବଣ୍ଟି, ବିମଳ, ଅମିତ, କବି, ପୀତନ, ସୁବାସ, ସନ୍ତୋଷ ଆଦି ଯୋଗ ଦେଇ ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ସ୍ଲୋଗାନ, ପ୍ଲାକାର୍ଡ଼, ବ୍ୟାନର ଓ ମାଇକ ପ୍ରଚାର ଜରିଆରେ ଜନସାଧାରଣକୁ ସଚେତନ କରାଇଥିଲେ। ଉତ୍କଳ ସାମ୍ବାଦିକ ଭବନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ବକ୍ତାମାନେ "good samaritan policy"ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଉପଲକ୍ଷେ କିପରି ଦେବଦୂତ ସାଜି ହସ୍ପିଟାଲ ପହଂଚି ଯାଇ ପାରିବ ଏକ ଜୀବନ ବଞ୍ଚାଇ ମାନବିକତାର ପ୍ରକୃତ ପରିଚୟ ସୃଷ୍ଟି କରନ୍ତୁ, ଆତ୍ମ ସନ୍ତୋଷ ସହିତ ଜୀବନରେ କିଛି ପୁଣ୍ୟ ଅର୍ଜିତ କରନ୍ତୁ। ଟ୍ରାଫିକ ନିୟମ ମାନି ରାସ୍ତାରେ ଗାଡି ଚାଳନା କରିବା । ରାସ୍ତାରେ ଶୃଙ୍ଖଳା ମାନିଲେ ଦୃଘଟଣାମାନ ହ୍ରାସ ପାଇବ, ବହୁ ଧନଜୀବନକୁ ଦୁର୍ଘଟଣା ଦାଉରୁ ଆମ୍ଭେ ଉଦ୍ଧାର କରିପାରିବା ।
ଆଜିର 32ତମ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଟୋ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ପରିଚାଳନା କରିଥିଲେ l ସମସ୍ତଙ୍କ ସହଯୋଗ ଉପସ୍ଥିତ ପାଇଁ ଧନ୍ୟବାଦ ଅର୍ପଣ କରି ସଭାପତି ଉକ୍ତ କାର୍ଯ୍ୟ କର୍ମକୁ ବର୍ଷତମାମ ଚାଲୁ ରଖିବାକୁ ପରାମର୍ଶ ଦେଇଥିଲେ l