NVS-୦୧ର ସଫଳ ଉତ୍କ୍ଷେପଣ
ସ୍ୱତନ୍ତ୍ର ଟ୍ରେନରେ ନିଜ ନିଜ ରାଜ୍ୟକୁ ଫେରିବେ ଫସି ରହିଥିବା ଶ୍ରମିକ, ଗାଇଡ୍ଲାଇନ ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସେପଟେ ଲକ୍ ଡାଉନ୍ ଯୋଗୁଁ ଅନେକ ରାଜ୍ୟରେ ଫସି ରହିଛନ୍ତି ହଜାର ହଜାର ଶ୍ରମିକ । ତେବେ କିଛିଦିନ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଛାତ୍ର, ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଇତ୍ୟାଦିଙ୍କ ଗତିବିଧି କୁ ଅନୁମତି ଦେଇଥିଲେ । ଆଜି ପୁଣିଥରେ ଫସିଥିବା ଲୋକଙ୍କୁ ସ୍ୱତନ୍ତ୍ର ଟ୍ରେନରେ ନିଜ ରାଜ୍ୟକୁ ଫେରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଳୟ ଅନୁମତି ଦେଇଛନ୍ତି ।
ଏନେଇ ଏକ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଉଭୟ ରେଲୱେ ବୋର୍ଡ ଓ ସଂପୃକ୍ତ ରାଜ୍ୟ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଯାତ୍ରୀମାନେ ଯାଇ ପାରିବେ । ତେବେ ଯାତ୍ରା ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସ୍ପଷ୍ଟ ହେବା ଜରୁରୀ ବୋଲି କୁହାଯାଇଛି ।
ଏହା ସହ ରେଳ ପ୍ଲାଟ ଫର୍ମ , ଷ୍ଟେସନ ଏବଂ ଟ୍ରେନ ମଧ୍ୟରେ ସମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବକୁ କୁହାଯାଇଛି । ନିଜ ନିଜ ରାଜ୍ୟରେ ଯାତ୍ରୀ ମାନେ ପଂହଁଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବକୁ କୁହାଯାଇଛି । ସେମାନେ ନିଜ ଘରେ ମଧ୍ୟ ସଂଘରୋଧ ହୋଇ ରହି ପରିବେ । ଯାତ୍ରୀମାନେ ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ କୁହାଯାଇଛି।
ଟିକେଟ କାଟିବା ପାଇଁ ରେଳ ମନ୍ତ୍ରଲୟ ପକ୍ଷରୁ ମଧ୍ୟ guide line ଜାରି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀ ବାସ୍ତବ କହିଛନ୍ତି।
ଦେଶରେ ବର୍ତ୍ତମାନ ସମୁଦାୟ covid 19 ସଂକ୍ରମଣଙ୍କ ସଂଖ୍ୟା 35,043 ରେ ପଂହଚିଛି। ସକ୍ରିୟ ଚିକିତ୍ସା ରେ ଥିବା ଲୋକଙ୍କ ସଂଖ୍ୟା 25,007 ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଲୟ ପକ୍ଷରୁ କୁହାଯାଇଛି।
Download Argus News App
