ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ତଥା ସହରି ସଭ୍ୟତାର ଦ୍ରୁତ ବିକାଶ ପାଇଁ ଚାଷ ପାଇଁ ଜମିର ଅଭାବ ଦେଖାଗଲାଣି । ସେଥିପାଇଁ ଏହି ପାଣିରେ ଚାଷକୁ ଆପଣେଉଛନ୍ତି ଚାଷୀ । ଛାତ ଉପର ହେଉ ଅବା ହେଉ ବାଲକୋନି ଏଥର ବିନା ମାଟିରେ ଲାଗିବପାରିବ ଫୁଲଗଛ । କେବଳ ଫୁଲ ଗଛ ନୁହେଁ ଏହି ପ୍ରଣାଳୀରେ କରାଯାଇପାରିବ ଶଷ୍ୟ ତଥା ଫଳ ଜାତୀୟ ଚାଷ ।
ଏହା ସାଧାରଣ ଚାଷ ଠାରୁ ଅଧିକ ବ୍ୟୟ ସାପେକ୍ଷ ନିଶ୍ଚିତ ମାତ୍ର ଚାଷ ପାଇଁ ଆବଶ୍ୟକ ପାଣିପାଗ ଠାରୁ ପୃଷ୍ଟିସାର ସବୁ କିଛି ଆୟତଧିନରେ ରହୁଥିବାରୁ ଭଲ ଚାଷ ହୋଇପାରିବ । ତେଣୁ ଏହି ଚାଷରେ ଚାଷୀ ଅଧିକ ଉତ୍ପାଦନ ହୋଇପାରିବ ବେଶ ଲାଭବାନ ହେବେ ବୋଲି କହିଛନ୍ତି ଏଥିରେ ଅଧିକ ଗବେଷଣା କରୁଥିବା ଛାତ୍ର ଛାତ୍ରୀ । ତେବେ ଚାଷ ଓ ଚାଷୀ ପାଇଁ ଯଦି ସରକାର ଅଧିକ ପ୍ରସାହନ ଯୋଗାଇ ଦିଅନ୍ତି ତେବେ ଚାଷ ପ୍ରାଣିଲ ରେ ବିଭିନ୍ନ ଚାଷ ଆମ ରାଜ୍ୟ ରେ ମଧ୍ୟ ହୋଇ ପାରିବ।