ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସବୁ ଅପହଞ୍ଚ । ସତେ ଯେପରି ଘାଟି ରାସ୍ତା ଚଢି ପହଞ୍ଚିପାରୁନି ବିକାଶ । ଗାଁରେ ଆଜିଯାଏ ସ୍କୁଲଟିଏ ନାହିଁ । ପାନୀୟ ଜଳ ପାଇଁ ଗାଁର ପାହାଡ଼ ଉପରେ ଗୋଟିଏ ଚୁଆରେ ବର୍ଷା ପାଣି ଜମା ହେଲେ ସେଠାରୁ ଗ୍ରାମବାସୀ ବୋହି ନେଇଥାନ୍ତି । ଏପରିକି ବର୍ଷା ହେଲେ ପାଣି ଜମା କରି ଲୋକେ ତାହାକୁ ବ୍ୟବହାର କରିଥାନ୍ତି । ଗାଁରେ ଆଜିଯାଏ କାହାରିକୁ ଆବାସ ମିଳିନଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି ଲୋକେ । ଗାଁକୁ ବିଲ ହିଡ ଦେଇ ଯିବାକୁ ପଡିଥାଏ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଗାଁ ଭିତରକୁ ଗାଡିଟିଏ ଯାଇପାରେନି । ଖଟିଆରେ ବୁହା ହୁଅନ୍ତି ରୋଗୀ ।