କଳାହାଣ୍ଡି: ସ୍ୱାଧିନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ । ହେଲେ ସରକାର ଆମ ଗାଁ ଆମ ବିକାଶ ନାଁରେ କରୁଛନ୍ତି ଅନେକ ଯୋଜନା । ଆଉ ପାଣିପରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସେହିପରି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଆଦିବାସୀ ଗାଞ୍ଜିପଦର ଗାଁକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ଏମାନଙ୍କ ପାଇଁ ସରକାରୀ ଯୋଜନା ଯେମିତି ଅପହଂଚ । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଉପାନ୍ତ ଅଚଂଳରେ ଥିବା ଗାଞ୍ଜିପଦର ଗାଁ । ଏହି ଗାଁରେ ପ୍ରାୟ ୨୦ଟି ଆଦିବାସୀ ପରିବାରର ୧୦୦ ଜଣ ବସବାସ କରିଥାନ୍ତି । ହେଲେ ଏମାନଙ୍କ ପାଇଁ ସରକାରଙ୍କ ବିକାଶ ଯୋଜନା ସାତସପନ ପାଲଟିଛି । ଗାଁକୁ ଯିବାପାଇଁ ସବୁଦିନିଆଁ ରାସ୍ତା ନାହିଁ । ନଇ, ନାଳ ପାରି ହୋଇ ଶଗଡିଆ ହୁରି ଦେଇ ଯିବାକୁ ହୋଇଥାଏ ଏହି ଗାଁକୁ । ଆବୁଡା ଖାବୁଡା ରାସ୍ତାରେ ଗାଡି ମଟର ଯିବା ଦୂରର କଥା ଚାଲି ଚାଲି ଯିବା କଷ୍ଟକର । ଫଳରେ ରାସ୍ତା ନଥିବା ଯୋଗୁଁ ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ଡାକ୍ତରଖାନାକୁ ନେବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି ।
ଏମିତିରେ ଶିକ୍ଷା, ସ୍ୱାସ୍ଥ୍ୟ କଥା ପଚାରେ କିଏ । ସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ଦିର୍ଘ ୧୫ କି.ମି ଚାଲି ଚାଲି ଯିବାକୁ ପଡୁଥିବାବେଳେ ପ୍ରାଥମିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଚାଲି ଚାଲି ଯିବାକୁ ପଡୁଛି ୮ ରୁ ୧୦ କିଲୋମିଟର । ଫଳରେ ସବୁଦିନିଆଁ ରାସ୍ତାଟିଏ ପାଇଁ ଦୀର୍ଘଦିନରୁ ଗ୍ରାମବାସୀ ଦାବି କରିଆସୁଥିଲେ ହେଁ କେହି ଶୁଣୁନଥିବା ଅଭିଯୋଗ ହେଉଛି । ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ଏହି ଗାଁର ସମସ୍ୟା ଏତିକିରେ ସରିନାହିଁ ଗାଁର ମୁଖ୍ୟ ସମସ୍ୟା ହେଲା, ବିଶୁଦ୍ଧ ପାନୀୟ ଜଳ ।
ପାନୀୟଜଳ ଟିକକ ପାଇଁ ଗାଁଲୋକେ ନିଜେ ନଳକୂପ ଖୋଳି ଦୁଷିତ ଜଳ ବ୍ୟବହାର କରୁଥିବା ବେଳେ ବିଭିନ୍ନ ସମୟରେ ନାନାଦି ରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି । ଝାଟିମାଟି ନଡ଼ାଛପର ଘରେ ବସବାସ କରୁଥିବା ବେଳେ ସରକାରଙ୍କ ଆବାସ ଯୋଜନା ଆଜିବି ଏମାନଙ୍କ ପାଇଁ ଦିବାସ୍ୱପ୍ନ ପାଲଟିଛି । ଆଉ ବିଜୁଳି ସୁବିଧା ଏମାନଙ୍କପାଇଁ ବହୁଦୁରରେ । ଗାଁର ସମସ୍ୟାକୁ ଦେଖିଲେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
କେଉଁଝର : ଆନନ୍ଦପୁର ଶାଳପଡ଼ାସ୍ଥିତ କନକମଞ୍ଜରୀ ମହିଳା ମହାବିଦ୍ୟାଳୟକୁ ବଦନାମ କରିବାକୁ କିଛି ବ୍ୟକ୍ତି ଉଦ୍ୟମ କରୁଛନ୍ତି। ଏପରିକି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବାରମ୍ବାର ମନଗଢ଼ା ଖବର ପରିବେଷଣକୁ ନେଇ ଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଛାତ୍ରୀନିବାସର ଶତାଧିକ ଅନ୍ତେବାସୀ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବାରମ୍ବାର ମନଗଢ଼ା ଖବର ପ୍ରକାଶ ପାଉଥିବାରୁ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେହିପରି କଲେଜରେ ପରିସ୍ଥିତି ସ୍ଵାଭାବିକ ଥିବାବେଳେ ମିଥ୍ୟା ଖବର ପ୍ରକାଶ ପାଉଥିବାରୁ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଧ୍ୟାପିକାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି
ଅର୍ଗସ ବ୍ୟୁରୋ: ଫ୍ରିରେ ଘରକୁ ଆସୁଥିବା ପିଜାକୁ ମନା କଲେ ବୃଦ୍ଧ। ପ୍ରତିଦିନ ବିନା ଅର୍ଡରେ ଆସିଯାଉଛି ପିଜା। କେଉଁଦିନ ଗୋଟିଏ ପିଜା ତ କେଉଁଦିନ ୧୦ରୁ ଅଧିକ ପିଜା, ତାହା ପୁଣି ଦିନରେ ଏବଂ ରାତିରେ ମଧ୍ୟ ବିନା ଅର୍ଡରେ ଆସିଯାଉଛି ପିଜା। ପିଜା ନାଁଟା ଶୁଣିଲା ବେଳକୁ ପାଟିରୁ ଲାଳ ବାହାରିବଣି। ଭାରି ସୁଆଦିଆ ପିଜା। ବାହାରକୁ ଗଲେ ସାଙ୍ଗମାନଙ୍କ ସହ ମିଶିକରି ପିଜା ଖାଇବା ହେଉ କି ଘରେ ଥିବାବେଳେ ଅନଲାଇନରୁ ପିଜା ଅର୍ଡର କରିହେଉ।
କିନ୍ତୁ ଆପଣ କେବେ ଫ୍ରୀରେ ପିଜା ଖାଇଛନ୍ତି କି ତା ପୁଣି ପ୍ରତିଦିନ। ଆଜ୍ଞା ହଁ, ଆପଣ ଠିକ ଶୁଣିଲେ, ପ୍ରତିଦିନ ପିଜା ତାହା ପୁଣି ଟଙ୍କାଟେବି ଖର୍ଚ୍ଚ ନକରି। ଫ୍ରିରେ ଖାଇବାକୁ କାହାକୁ ବା ଭଲ ନଲାଗେ । ଜଣେ ବୃଦ୍ଧ କିନ୍ତୁ ମନା କରୁଛନ୍ତି। ମୋର କୌଣସି ଫ୍ରିରେ ପିଜା ଖାଇବା ଆବଶ୍ୟକ ନାହିଁ। ଖାଲି ସେତିକି ନୁହେଁ, ପିଜା ନାଁ ଶୁଣିଲେ ବା ଡେଲିଭରି ବୟ ସ୍କୁଟର ସାଉଣ୍ଡ ଶୁଣିଲେ ଭୟରେ ଥରୁଛନ୍ତି ବୃଦ୍ଦ। ହେଲେ କାହିଁକି ? କଣ ହୋଇଛି ଜାଣିବା ପାଇଁ ପୂରା ଘଟଣା ଉପରେ ନଜର ପକାନ୍ତୁ।
ଆମେ ଆପଣଙ୍କୁ କହୁଛୁ ବେଲଜିୟମରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି କଥା। ଏହି ଘଟଣା ଇଟାଲିର ଏକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଲଟିଛି। ସେ କହିଛନ୍ତି ଯେ, ଗତ ୧୦ବର୍ଷ ଧରି ଦୈନିକ ମୋ ଘରକୁ ପିଜା ଆସୁଛି। ହେଲେ କିଏ ପଠାଉଛି, କଣ ପାଇଁ ପଠାଉଛି, କଣ ପାଇଁ ଅର୍ଥ ଖର୍ଚ୍ଚ କରୁଛି ମୁଁ ଜାଣିପାରୁନାହିଁ।
ବେଲଜିୟମର ଏଣ୍ଟବର୍ପରେ ରହୁଥିବା ଲେଣ୍ଡେଘମ ୨୦୨୦ ମସିହାରୁ ଏହି ଘଟଣାକୁ ନେଇ ଚର୍ଚ୍ଚିତ। ସେ କହିଛନ୍ତି ଯେ, ୨୦୧୯ ମସିହାରେ ଅଚାନକ ମୋ ଘରକୁ ଡେଲିଭରୀ ବୟ ପିଜା ନେଇ ଆସିଥିଲା। ତା ପୂର୍ବରୁ ମଧ୍ୟ ନିୟମିତ ୬ ବର୍ଷ ଧରି ଏହି ଧାରା ଚାଲିଛି। କେତେବେଳେ ଗୋଟେ ପିଜା ତ କେତେବେଳେ ୧୦ରୁ ଅଧିକ। ମୁଁ ଯେତେଥର ଡେଲିଭରୀ ବୟକୁ ବୁଝାଇଲେ ମଧ୍ୟ ସେମାନେ ଶୁଣି ନାହାନ୍ତି, ମୋ ଠିକଣାରେ ପିଜା ଦେଇ ଚାଲିଯାଉଛନ୍ତି। ଏବେ ମୋ ଦୁଆରକୁ ସ୍କୁଟର ଟିଏ ଆସିଲେ ମୁଁ ଭୟ କରୁଛି। କିଏ ପଠାଉଛି, କାହିଁକି ପଠାଉଛି ତାହା ଜାଣିପାରୁନାହିଁ। ଆଉ ଏବେବି ପ୍ରତିଦିନ ପିଜା ଆସିଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: