ବୟସ ମାତ୍ର 3 ବର୍ଷ ,ହେଲେ ସେ ଏବେ କୁନି ମଡ଼େଲ ଭାବେ ବେଶ ପରିଚିତ
ଭୁବନେଶ୍ୱର: ଓଡିଆ ଯବାନ ଲାନ୍ସନାଏକ ଶଶାଙ୍କ ଶେଖର ସାମଲ ଲଦ୍ଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାଶ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।