ନୂଆଦିଲ୍ଲୀ: ନୂଆଦିଲ୍ଲୀ VHP ପରିସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ପ୍ରଚାରକ କୃଷ୍ଣ ଚନ୍ଦ୍ର ରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 1952 ମସିହାରେ ସେ ଜନ୍ମ ଗ୍ରହଣ କରିଥିଲା ବେଳେ 1978 ମସିହାରୁ ସେ ସଂଘର କାର୍ଯ୍ୟ ସମ୍ପାଦନ କରୁଥିଲେ। ଏମଏସସି ଏଗ୍ରିକଲଚରରେ ଆଲ୍ହାବାଦ ବିଶ୍ୱ ବିଦ୍ୟାଳୟରୁ ଗୋଲ୍ଡ ମେଡାଲ ଗ୍ରହଣ କରିଥିଲେ। ନିକଟରେ ତାଙ୍କର ଦେହାନ୍ତ ହୋଇଛି। ମାର୍ଚ୍ଚରେ ତାଙ୍କର ଦେହାନ୍ତରେ ସାରା ଭାରତରେ ଥିବା ତାଙ୍କର ଅନୁଗାମୀ ତାଙ୍କୁ ମନେ ପକାଇଛନ୍ତି।
ସେ ତାଙ୍କ ଜୀବନ କାଳରେ ଅନେକ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ପ୍ରଚାରକ, ଢେଙ୍କାନାଳ ବିଭାଗ ପ୍ରଚାରକ, ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ, ଏକଲ ବିଦ୍ୟାଳୟର କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରମୁଖ, ଧର୍ମ ପ୍ରସାର ବିଭାଗ ତଥା ଯଶୋଦାର ପୃଷ୍ଠପୋଷକ ଥିଲେ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ପ୍ରଚାରକ, ମନ୍ତ୍ରୀ, ବରିଷ୍ଠ ପ୍ରଚାରକ ଯୋଗ ଦେଇଛନ୍ତି।
ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସମ୍ପଦକ ସୁଧାଂଶୁ ପଟ୍ଟନାୟକ କହିଛନ୍ତି ଯେ, ଏହିପରି ସଭା ଭାରତର ଅନେକ ସ୍ଥାନରେ ଅନୁଷ୍ଠିତ ହୋଇଛି। ସମସ୍ତେ ତାଙ୍କୁ ଆଜି ମନେ ପକାଉଛନ୍ତି। ସେ ସଂଘର ବରିଷ୍ଠ ପ୍ରଚାରକ ତଥା ବିଦ୍ୟାର୍ଥୀ ପରିଷଦର ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ ଭାବେ ସମସ୍ତଙ୍କ ର ପ୍ରିୟ ହୋଇଥିଲେ । ତାଙ୍କର ବିୟୋଗ ରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସେ ଆମ ବିଚାର ପରିବାରର ମାର୍ଗଦର୍ଶକ ତଥା ଅନେକ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ଥିଲେ। ଯଶୋଦା ସଦନ ବାଲ୍ୟାଶ୍ରମର ମଧ୍ୟ କାର୍ଯ୍ୟ କରୁଥିଲେ। ନିଜ ଶାନ୍ତ ସ୍ଵଭାବ ଓ ମଧୁର କଥାବାର୍ତ୍ତା ଯୋଗୁଁ ଅନେକ କାର୍ଯ୍ୟକର୍ତ୍ତା ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ। ତାଙ୍କ ବିୟୋଗ ସଂଘ ବିଚାର ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।