ବର୍ତ୍ତମାନ ରାଜ୍ୟର 12 ଲକ୍ଷରୁ ଅଧିକ ଲୋକ ଆୟୁଷ୍ମାନ ଭାରତ କାର୍ଡରେ ସ୍ବାସ୍ଥ୍ୟ ସେବା ପାଇପାରୁଛନ୍ତି । ତ୍ରିପୁରାବାସୀ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ତ୍ରିପୁରାରେ ଚମତ୍କାର କାର୍ଯ୍ୟ ହୋଇଛି । ଆଜି କେବଳ ତ୍ରିପୁରାରେ ନୁହେଁ ସମଗ୍ର ଉତ୍ତର-ପୂର୍ବରେ ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ପ୍ରାୟ ସମାପ୍ତ ହୋଇଥିବା ବେଳେ ଶାନ୍ତି ପ୍ରତିଷ୍ଠା ହୋଇଥିବା କହିଛନ୍ତି ରାଜନାଥ ।
ସେହିପରି ତ୍ରିପୁରାର ଖୋୱାଇରେ ନିର୍ବାଚନ ସଭାକୁ ସମ୍ବୋଧିତ କରି ସିପିଏମ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ପୂର୍ବରୁ ମଧ୍ୟ ତ୍ରିପୁରାରେ ବିକାଶ କାର୍ଯ୍ୟ ହୋଇପାରିଥାନ୍ତା । କିନ୍ତୁ ଏହା ତାଙ୍କ ଏଜେଣ୍ଡା ନଥିଲା । ଗରିବଙ୍କ ପାଇଁ ଥିବା ଯୋଜନାକୁ ହଡ଼ପ ସହ ପୂର୍ବ ସରକାରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ଯୋଗୀ । ଫେବ୍ରୁଆରୀ 16ରେ ତ୍ରିପୁରା ବିଧାନସଭାର 60ଟି ଆସନ ପାଇଁ ହେବ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରଚାର କରୁଛି ବିଜେପି ।