ଆପଣ ପ୍ରଶାସନିକ କଳର ଭାଷଣ ଶୁଣିଲେ। ପୂର୍ବରୁ ଗୀତ ଶୁଣିଥିଲେ। ଏବେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି ଯେ ନିଆଳି ବିଧାୟକ ଡ଼ାଃ ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୱରେ ନିଆଳି ନାମକୁ ନେଇ ହେଉଛି ରାଜନୀତ। କଟକ ଜିଲ୍ଲାପାଳ ମଧ୍ୟ ଅତିଥି ଭାବେ ଯୋଗଦେଇ ନିଆଳି ବିଧାୟକ ପାଇଁ କାମ କରିବାକୁ ଖୋଲା ଖୋଲି କହୁଛନ୍ତି।
ଯାହା ଫଳରେ ଜିଲ୍ଲାପାଳ ବିଜେଡି ପ୍ରବକ୍ତା ଭାବେ କାମ କରୁଛନ୍ତି ବୋଲି ପ୍ରତିକ୍ରିୟା ଆସିଚି। ଅତିଥି ଭାବେ କେବଳ ବିଜେଡି ବିଧାୟକ, ମନ୍ତ୍ରୀ, ସାଂସଦମାନଙ୍କୁ ଡକାଯାଇଥିଲା। ପାତର ଅନ୍ତ ନୀତିରେ ଉତ୍ସବ ପାଳନ କରାଯାଉଛି ବୋଲି ଅଭିଯୋଗ ହୋଇଛି।
ବିଧାୟକଙ୍କ ଏଭଳି ହୀନ ରାଜନୀତିକୁ ଅଞ୍ଚଳବାସି ନିନ୍ଦା କରିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କ ସାଥୀ କଳାକାରମାନଙ୍କ ସହ ମଞ୍ଚରେ ବିଜେଡି ଗୀତ ଗାଇବାକୁ ନେଇ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ନିଆଳିବାସୀ। ହେଲେ ସାଂସଦଙ୍କ ପ୍ରତିନିଧି ତଥା ମହୋତ୍ସବ କମିଟିର କୋଷାଧ୍ୟକ୍ଷ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଗାମୀ ଦିନରେ କୋଉପାଣି କୁଆଡେ ଯାଉଛି ତାହା ଦେଖିବାକୁ ରହିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।