ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଖବର ପାଇ ଶାସନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ଟି ଅଟକ ରହିଥିବା ବେଳେ ଡ୍ରାଇଭରଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ। ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।