ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ୧୦୮ ଆମ୍ବୁଲାନ୍ସ ବାରିପଦା PRM ମେଡିକାଲ ଯାଉଥିବା ବେଳେ ଦୁଆରଶୁଣି ଘାଟିରେ ଏକ ଟ୍ରକ ଆମ୍ବୁଲାନ୍ସକୁ ସିଧାସଳଖ ଧକ୍କା ଦେଇଛି।
ଏହାର ଫଳ ସ୍ଵରୁପ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗରିପୋଷି ଡାକ୍ତରଖାନାରେ ପ୍ରଥମିକ ଚିକିତ୍ସା କରାଯାଇଥିଲା। ମାତ୍ର ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାରିପଦା PRM ମେଡିକାଲ କଲେଜକୁ ପଠେଇ ଦିଆଯାଇଛି । ମୃତ ହୋଇଥିବା ଲୋକଟି ଗୋରୁମହିସାଣି ଅଂଚଳ ବୁଧୁ ମୁଣ୍ଢା । ତେବେ ଅନ୍ୟ ମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।