ମୃତକ ଦୁଇ ମହିଳା ହେଲେ ଭୁବନେଶ୍ୱର ସହିଦନଗର ନିବାସୀ ସୁସ୍ମିତା ପାଢ଼ୀ, ଗୀତାଞ୍ଜଳି ପାଢ଼ୀ । ଯାହା ସୂଚନା ମିଳିଛି OD 02AL 7834 କାରରେ ସେମାନେ ଭୁବନେଶ୍ୱରରୁ ଯାଜପୁର ଟାଉନ ଅଭିମୁଖେ ବିରଜାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ଯାଜପୁର ଜିଲ୍ଲା ବୈରୀ ଥାନା ୧୬ନିମ୍ବର ଜାତୀୟ ରାଜପଥ ଛତିଆ ଛକ ନିକଟରେ ଥିବା କାକରା ଦୋକାନରୁ କାକରା ଖାଇବା ପାଇଁ ଗାଡ଼ି ରଖିଥିଲେ । ଏହି ସମୟରେ ଏକ ଏକ ବଡ ମାଲବାହୀ ଟ୍ରକ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ କାର୍ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କ ଉପରେ କାର ଟି ଚଢି ଯାଇଥିଲା ।
ମୃତକଙ୍କ ଦେହର ୫୦ ଭାଗ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ପୋଲିସ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କାଇଛନ୍ତି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।