ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବାଳକଟିକୁ ଦେଖନ୍ତୁ... ଅନ୍ୟପଟେ ପୁଅର ଫୋଟକୁ ଧରି ମା କାନ୍ଦୁଛି । ଏ ଚିତ୍ର ହେଉଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଫାନିଆ ପଞ୍ଚାୟତ ମାଝିଆଣିତଫା ଗାଁର । ତୁଷାର ବାରିପଦା ସ୍ଥିତ ITI ରେ ପାଠ ପଢନ୍ତି । ତୁଷାରଙ୍କ ମାଉସୀ ଝିଅ ମଧ୍ୟ ବାରିପଦା ମେସରେ ରହି ପାଠ ପଢନ୍ତି । ତୁଷାର ଭଉଣୀକୁ ଆଣିବା ପାଇଁ ବାରିପଦା ଯାଇଥିଲେ ।
ବାରିପଦା ଟେଲକୋ ଛକ ନିକଟ ଜୁବୁଲି ପେଟ୍ରୋଲ ପମ୍ପରେ ଗାଡ଼ିରେ ପେଟ୍ରୋଲ ଭରିବା ପରେ ରାସ୍ତା ଭିଡ଼ ଥିବାରୁ ପାର ହେବାପାଇଁ ଅପେକ୍ଷା କରିଥାନ୍ତି । କିନ୍ତୁ ହଠାତ୍ ଏକ ଘୋରେଇ ବସ୍ ତାଙ୍କୁ ପଛ ପଟୁ ଧକ୍କା ଦେଇ, ଚଢ଼ିଗଲା ତାଙ୍କ ଉପରେ । ଫଳରେ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ବାମ ଗୋଡ କଟିଗଲା ଓ ଡାହାଣ ଗୋଡ଼ ନଷ୍ଟ ହୋଇଗଲା । ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ବସଟିକୁ ଜାଳି ଦେଲେ ।
ବର୍ତ୍ତମାନ ଭୁବନେଶ୍ୱର ଏକ ଘୋରେଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ତୁଷାର । ଦିନକୁ ଖର୍ଚ୍ଚ ହେଉଛି ୭୦ହଜାର । ବାପା ଦିନ ମଜୁରିଆ ମା ବହୁ ଦୁଃଖ କଷ୍ଟରେ ସିଲେଇ କରି ପରିବାର ଚଳାଇଥାନ୍ତି । ଦିନକୁ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ କଷ୍ଟ । ଏଣେ ବସ୍ ମାଲିକ୍ ଧରା ଛୁଆଁ ଦେଉନାହାନ୍ତି କି ଚିକିତ୍ସା ଖର୍ଚ୍ଚ ବୁଝୁନାହାନ୍ତି । ଏପରି ସମୟରେ ଅଞ୍ଚଳବାସୀ, କିଛି ଯୁବ ସମାଜସେବୀ, ତୁଷାରଙ୍କ ଶିକ୍ଷକ ସହପାଠୀ ଡବା ଧରି ଅର୍ଥ ଭିକ୍ଷା କରୁଛନ୍ତି । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ତାଙ୍କ ମା’ ଓ ଅଞ୍ଚଳବାସୀ ସରକାରଙ୍କୁ ଗୁହାରି କରିଛନ୍ତି ତୁଷାରର ଚିକିତ୍ସା ପାଇଁ ।
କ’ଣ ହେବ ତୁଷାରଙ୍କ ଭବିଷ୍ୟତ ? ହେଲ୍ପ ଫର୍ ତୁଷାର ଅଭିଯାନରେ ନିଜକୁ ସାମିଲ୍ କରି ଚିକିତ୍ସା ପାଇଁ ସହାୟତାରେ ହାତ ବଢାନ୍ତୁ । ଫୋନ୍ ପେ ନମ୍ବର ହେଉଛି ୮୦୧୮୯୫୯୩୪୧ ଏହି ନମ୍ବର ତୁଷାରଙ୍କ ମା’ ରେଣୁକା ସି ଙ୍କ ଫୋନ୍ ପେ ନମ୍ବର ।
ଓଡିଶା ଖବର ଆହୁରି ପଢନ୍ତୁ