୧୫ ଜଣ ସାଧାରଣ ଅସୁସ୍ଥ ଥିବା ବେଳେ ନାରିଙ୍ଗି ଗାଁରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିପିସି ଟିମ୍ ପହଞ୍ଚି ଲୋକଙ୍କୁ ଔଷଧ ବିତରଣ କରିଛନ୍ତି । ଦୂଷିତ ପାଣି ପିଇ ଏଭଳି ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଗ୍ରାମରେ ଥିବା କୂଅକୁ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରିବା ସହ ରୋଗରୁ କଭଳି ରକ୍ଷା ପାଇବେ ସେନେଇ ଉକ୍ତ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।
ଆମାସୟ ରୋଗରେ ୨୦ ଆକ୍ରାନ୍ତ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ପଞ୍ଚାୟତ ଆଦିବାସୀ ଗ୍ରାମ ନାରିଙ୍ଗିସାହିରେ ୨୦ ଜଣ ଆମାସୟ (ଲାଳରକ୍ତଝାଡା) ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦୫ ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି।
Download Argus News App
