ଅନ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ହୋଇ ଯାଇଛି । ମୃତ ଆଜାଦ ଫେରାର ଅଭିଯୁକ୍ତ ପଙ୍କଜର ପତ୍ନୀଙ୍କ ସହିତ ପରକିଆ ପ୍ରୀତି ଥିଲା । ଏବଂ ଏହାର ପ୍ରତିଶୋଧ ନେବା ପାଇଁ ଆଜାଦକୁ ହତ୍ୟା କରିବା ପାଇଁ ପଙ୍କଜ ମୁନିଲାଲକୁ 20 ହଜାର ଟଙ୍କା ଦେଇଥିଲା । ଫଳରେ ଗତମାସ ୨୫ ତାରିଖରେ କଟକ ଚାଉଳିଆଗଞ୍ଜରେ ଏକ ଭଡ଼ା ଘରେ ରହୁଥିବା ମୁନିଲାଲ ଶର୍ମା ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ବାସିନ୍ଦା ଆଜାଦକୁ କଟକ ଭୁଆସୁଣି ପଠାକୁ ଡକାଇଥିଲା ।
ସେଠାରେ ଉଭୟ ମଦ୍ୟପାନ କରିବା ପରେ ସୁଯୋଗ ଖୋଜି ମୁନିଲାଲ ଆଜାଦର ପେଟରେ ମଦ ବୋତଲ ଭୂଷିବା ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା । ଏନେଇ ଆଜାଦର ପରିବାର ଲୋକ ସହିଦ ନଗର ଥାନାରେ ଏତଲା ଦେଇଥିଲେ । ଏହାର ଗୋଟିଏ ଦିନ ପରେ କଟକ ବିଡାନାସୀ ଭୁଆଶୁଣି ପଠାରେ ଆଜାଦର ମୃତଦେହ ମିଳିଥିଲା । ସମସ୍ତ ଅଭିଯୁକ୍ତ ଓ ମୃତକ ଆଜାଦ ବିହାର ବାସିନ୍ଦା ଏବଂ ସେମାନେ ଟୁଇନସିଟିରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଗିରଫଦାରୀ ପରେ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରଏସନ କରାଇଛି ପୋଲିସ । ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ପଙ୍କଜଙ୍କୁ ମଧ୍ୟ ଧରା ଯିବ ବୋଲି କହିଛନ୍ତି କଟକ ଡିସିପି ।