ମହଙ୍ଗା ମାଡରେ ବେହାଲ ଜାପାନ ଓ ଚୀନ
ଖେଳୁଥିଲେ ଆଉ ଘର ନିକଟ ଗାଡିଆରେ ପଡ଼ିଗଲେ ୬ ବର୍ଷର ଦୁଇ ଜାଆଁଳା ଭାଇ

କେନ୍ଦୁଝର: ଗାଡ଼ିଆରେ ପଡିଗଲେ ଦୁଇ ଜାଆଁଳା ଭାଇ । ଖେଳୁ ଖେଳୁ ଘର ନିକଟ ଗାଡିଆରେ ପଡ଼ିଗଲେ ୬ ବର୍ଷର ଦୁଇ ଜାଆଁଳା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନୀଶ୍ରମ ବିଭାଗକୁ ଡାକି କଲେ ଭଦ୍ଧାର । ଉଦ୍ଧାର କରି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ହେଲେ ସେଠାରେ ଡାକ୍ତର ତାକୁ ମୃତ ପୋଷଣା କରିଥିଲେ । ଶିଶୁ ଦୁଇ ଜଣଙ୍କ ନାମ ଯଥାକ୍ରମେ ବାଦଲ ନାଏକ ଓ ଆକାଶ ନାଏକ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Download Argus News App
