କେନ୍ଦୁଝର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲି ଆକ୍ରମଣ । ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବାଚୁ ହଟିଂ ଅଂଚଳରେ ।
ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୨ ଜଣ ହେଲେ ୫୦ ବର୍ଷୀୟ ନରସିଂହ ମୁଣ୍ଡା ଓ ଚତୁର୍ଭୁଜ ନାଏକ । ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଯୋଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ନରସିଂହଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଉଭୟଙ୍କୁ ଠେଙ୍ଗା ବାଡ଼ି ଓ ଭୁଜାଲିରେ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଯୋଡ଼ା ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ବେଳେ, ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଫେରାର ହୋଇଯାଇଥିବା କୁହାଯାଉଛି
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।
ଅର୍ଗସ ବ୍ୟୁରୋ : କଟକ ଚୌଦ୍ବାରରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୟନ ଶିଳ୍ପ ପ୍ରତିଷ୍ଠାନ । ସମ୍ବଲପୁରର ନିଲ ଡୁଙ୍ଗୁରୀରେ ବି ନିର୍ମାଣ ହେବ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଓ ଡି.ଆଇ ପାଇପ କାରଖାନା । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ଲାଗି ୱେଲସ୍ପନ କମ୍ପାନୀକୁ ମଞ୍ଜୁରି ଦେଇଛି ରାଜ୍ୟ କ୍ୟାବିନେଟ । ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁଇଟି ଶିଳ୍ପ ଦ୍ବାରା ରାଜ୍ୟରେ ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୨୦,୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଚୌଦ୍ବାରରେ ସୁତାରୁ ଆରମ୍ଭ କରି କପଡା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯିବ । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଉଥିବାରୁ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଆଦି ଜିଲ୍ଲା ମାନଙ୍କୁ ବେଶ ଫାଇଦା ମିଳିବ । ସେଠାକାର କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ କପାକୁ ଉଚିତ ମୁଲ୍ୟ ଦେୟରେ କିଣି ସେମାନଙ୍କୁ କପା ଚାଷ ପାଇଁ ଉତ୍ସାହିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ କପା ଉତ୍ପାଦନ କରୁଥିବା ଚାଷୀ ଏବେ ରାଜ୍ୟରେ ପାଉନାହାଁନ୍ତି ନଜ ଝାଳର ମୁଲ । ମଣ୍ଡି ନ ଥିବାରୁ ମହାରାଷ୍ଟ୍ରକୁ ଯାଉଛି ଓଡିଶାର କପା । ସୂବର୍ଣ୍ଣପୁରର କପା ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ ବି ଖୋଲୁନି ମଣ୍ଡି । ସେପଟେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ କିପରି ଶିଳ୍ପ ସଂସ୍ଥା ବୁଡିବାରେ ଲାଗିଛି । ତିର୍ତ୍ତୋଲ ସୁତାକଳ, ଓଟିଏମ୍, ପାର୍ବତୀ ପାୱାରଲୁମ୍-ଜଗତସିଂହପୁର, ରାମନଗର ପାୱାରଲୁମ୍-ବରଗଡ,ବାରିପଦା ପାୱାରଲୁମ୍-ମୟୁରଭଂଜ, ମହାଲକ୍ଷ୍ମୀ ପାୱାରଲୁମ୍-ସୁନ୍ଦରଗଡ, ବଳଦେବଜୀଉ ପାୱାରଲୁମ୍-କେନ୍ଦ୍ରାପଡା,ମା ବାଉତୀ ପାୱାରଲୁମ୍-ଆଠଗଡ,ମାଣିକେଶ୍ୱରୀ ପାୱାରଲୁମ୍-କଳାହାଣ୍ଡି, ମଧୁନଗର,ବରୁଣେଇ ବ୍ରହ୍ମପୁର ପାୱାରଲୁମ୍ ସମେତ ୧୩ ଟା ସ୍ପିନିଂ ମିଲ୍ ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି ।
ଗୋଟିଏ ପଟେ ରାଜ୍ୟର ସୁତାକଳ ବନ୍ଦ ହେଉଛି । ଅନ୍ୟ ପଟେ ରାଜ୍ୟର କୁଶଳୀ କାରିଗର ଅନ୍ୟରାଜ୍ୟର ବୟନ ଶିଳ୍ପକୁ ସମୃଦ୍ଦ କରୁଛନ୍ତି । ସୁରଟ ସମେତ ଅନ୍ୟ ରାଜ୍ୟରେ ବୟନଶିଳ୍ପକୁ ସମୃଦ୍ଧ କରିବାରେ ଓଡିଆ ଶ୍ରମିକଙ୍କ ଝାଳ । ହେଲେ ଓଡିଆ କୁଶଳୀ କାରିଗର ପାଇଁ ରାଜ୍ୟରେ ଖୋଲୁନି ବୟନ ଶିଳ୍ପ ? ବନ୍ଦ ପଡିଥିବା ସୂତାକଳ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ କାହିଁକି ମନ ବଳାଉ ନାହାନ୍ତି ରାଜ୍ୟ ସରକାର ? କାହିଁକି ଓଡିଶାର କପା ଯାଉଛି ମହାରାଷ୍ଟ୍ର ? କାହିଁକି ରାଜ୍ୟର କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ ? ଏ କଣ ୨୪ ବର୍ଷ ସରକାରର ପୁରୁଷାର୍ଥ ?