ଦାଣ୍ଡ ଦୁଆରେ ଭଳି କି ଭଳି ଖେଳନା ଧରି ଖେଳୁଛି ୬ ବର୍ଷ ର କୁନି ଝିଅ ମଧୁସ୍ମିତା। ସେ କଣ ଜାଣି ପାରୁଛି ଜେଲଦଣ୍ଡ କଣ ଆଜିବନ କାରାଦଣ୍ଡ କଣ ? ଖେଳୁ ଖେଳୁ କେତେବେଳେ ହସୁଛି ତ ପୁଣି କେତେବେଳେ କାନ୍ଦି ପକାଉଛି।ବଡ଼ ଭଉଣୀ ସହିତ ତାର କୁନି କୁନି ହାତରେ ବୃଦ୍ଧ ଜେଜେବାପା ର ଗୋଡ଼ ଘସିଦେଉଛି l ବଡ଼ ଭଉଣୀ ଶୁଭସ୍ମିତା ତା କର୍ତ୍ତବ୍ୟ ରେ ଟିକେ ବି ହେଳା କରୁନି ।ଏଭଳି ପରିସ୍ଥିତି ରେ ସାନ ଭଉଣୀ କୁ ଖୁଆଇ ଦେଉଛି,ମୁଣ୍ଡ କୁଣ୍ଡାଇ ଦେଇ ସାଥିରେ ସ୍କୁଲ ନେଇ ଚାଲି ଯାଉଛି। ଏଭଳି ଘଟଣା ସାଇ ପଡିସା ଯିଏ ଦେଖୁଛି ତା ଆଖିରେ ଲୁହ ଜକେଇ ଆସୁଛି l ସତେ ଯେମିତି ପରିବାର ଉପରେ ଏକାବେଳେ ସବୁ ଦୁଃଖ ମାଡି ଆସିଛି l ଦୁର୍ଦିନ ଆଉ ଅଭାବ ଅସୁବିଧା ମଧ୍ୟରେ ପରିବାରଟି କିଭଳି ଚଳିବ ସେମାନଙ୍କ ଜୀବନ କେମିତି ବଞ୍ଚିବ ଏବେ ସମସ୍ତଙ୍କର ସେହି ଚିନ୍ତା l ତୁରନ୍ତ ଏମାନଙ୍କୁ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ l ସେପଟେ କୋରେଇ ବିଡ଼ିଓ କହିଛନ୍ତି ଖୁବଶୀଘ୍ର ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଛି l
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ