ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ ନୁହଁନ୍ତି ସ୍ତ୍ରୀ
ଢେଙ୍କାନାଳ: ଢେଙ୍କାନାଳ ସହର ବାଜିଚୌକ୍ ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୋଇଥିବା ବେଳେ ପିକଅପ୍ ଭ୍ୟାନ ଚାପରେ ଦୁଇ ଦୁଇଟି କୋମଳମତି ଶିଶୁଙ୍କ ଜୀବନ ଚାଲିଯାଇଛି । ଏବେ ବି ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକ ଦୁଇ ଭଉଣୀ ହେଲେ ସାଇନା ସବର୍ ଓ ସୁହାନ ସବର୍ । ଆହତ ଶିଶୁ ଟିର ନାମ ପମି ଶବର ।
ବ୍ୟବସାୟୀ ଉଦ୍ଦେଶ୍ୟରେ ବିହାରରୁ ଆସି ପରିବାର ସଦସ୍ୟ ବ୍ରିଜ୍ ତଳେ ରହୁଥିଲେ। ତେବେ ଦୁଇ ଶିଶୁ ଆଜି ବ୍ରିଜ ତଳେ ଶୋଇଥିବା ବେଳେ ହଠାତ୍ ଏକ ପିକଅପ୍ ତିନି ଶିଶୁଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ଘଟଣାର ତନାଘନା କରୁଛି । ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।