'ଚଲୋ ଦେଖେଁ ଅପନା ଦେଶ' ବାର୍ତ୍ତାରେ ଏହି ପର୍ଯ୍ୟଟନ କନକ୍ଲେଭ ଆରମ୍ଭ ହୋଇଛି । ମହାମାରୀ ପରେ ଭାରତରେ ପର୍ଯ୍ୟଟନ ଶିଳ୍ପକୁ ଆହୁରି ସୁଦୃଢ ଓ ବିକଶିତ କରିବାକୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ଏହାକୁ ଆଉ ପାଦେ ଆଗକୁ ନେବାକୁ ଗଣମାଧ୍ୟମ ଚ୍ୟାନେଲ ଅର୍ଗସ ନ୍ୟୁଜ ଏହି ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛି।
ଅର୍ଗସ ପକ୍ଷରୁ ‘ଚଲୋ ଦେଖେଁ ଅପନା ଦେଶ’ ନାମରେ ଏହି ଦୁଇ ଦିନିଆ( ମାର୍ଚ୍ଚ ୨୫ ଓ ମାର୍ଚ୍ଚ ୨୬ ) ଉତ୍ସବ ଆରମ୍ଭ ହୋଇଛି ।
ଭୁବନେଶ୍ଵରସ୍ଥିତ ତାଜ ଭିବାନ୍ତରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କନକ୍ଲେଭରେ ପର୍ଯ୍ୟଟନ ଶିଳ୍ପରେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ବ ତଥା ସରକାରୀ ପ୍ରତିନିଧିମାନେ ଯୋଗଦେବେ।
ଗୁଜୁରାଟ, କର୍ଣ୍ଣାଟକ, ଛତିଶଗଡ଼, ଜମ୍ମୁକଶ୍ବୀର, ଆସାମ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ଓ ଭ୍ରମଣ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଉତ୍ତର ପୂର୍ବ ଅଞ୍ଚଳର ସଂସ୍କୃତି, ପର୍ଯ୍ୟଟନ ଏବଂ ବିକାଶ ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଓ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ।