ଯେଉଁ ମାନେ କି ସାମରିକ ବାହିନୀରେ ଯାଇ ଦେଶ ପାଇଁ କିଛି କରିବାକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଦେଇଛି ନୂତନ ଆଶାର କିରଣ । କୋଟପାଡ଼ ବ୍ଲକ ତଥା ପାଖାପାଖି ବିଭିନ୍ନ ଅଞ୍ଚଳ ତଥା ଦୂର ଦୁରାନ୍ତରୁ ଆସିଥିବା ଯୁବକ ଯୁବତୀଙ୍କୁ ଏହି ଶିବିରରେ ଦେଖିବାକୁ ମିଳିଥାଏ ।
ସେନାରୁ ଅବସର ନେଇଥିବା ତିନି ଜଣ ବନ୍ଧୁ ଗୌରାଙ୍ଗ ଚରଣ ନାୟକ, ରୁପୁ ଭତ୍ରା ଓ ଚନ୍ଦ୍ର ଧୋଜ ମାଙ୍ଗାଲି, ଦେଶ ସେବାରେ ଯୁବକ ଯୁବତୀଙ୍କୁ ନିୟୋଜିତ କରିବା ପାଇଁ ଆରମ୍ଭ କରିଛନ୍ତି ଏହି ମିଶନ ।
ୟୁଥ ଫିଜିକାଲ ଏକାଡେମୀ ନାମରେ ଏକ ଅନୁଷ୍ଠାନ ଗଢି, ଅନେକଙ୍କ ମନରେ ବୁଣିଛନ୍ତି ସ୍ୱପ୍ନର ବିଜ । ବିଗତ 7 ରୁ 8 ମାସ ହେଲା ଏଠାରେ ଶାରୀରିକ ଓ ଲିଖିତ ପରୀକ୍ଷାର ଅଭ୍ୟାସ ହେବା ଫଳରେ 5 ରୁ 6 ଜଣ ଅଗ୍ନିବୀର, 2 ଜଣ ଆସାମ ରାଇଫଲ, 2 ଜଣ ପୋଲିସ, ବିଏସଏଫରେ 5 ଜଣ ପୁଅ, 6 ଜଣ ଝିଅ ମଧ୍ୟ ଚୟନ ହୋଇଛନ୍ତି । ଏବଂ ସେହି ତାଲିମ ନେଇଥିବା ଯୁବକ ଯୁବତୀ ନିଜର ସଫଳ ହେବା ପଛରେ 3 ଜଣ ଗୁରୁଙ୍କ ଠାରୁ ତାଲିମ ନେଇଥିବା ଦ୍ଵାରା ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି ।
ପ୍ରତିଦିନ 50 ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରତିଦିନ ଉପସ୍ଥିତ ରହି ତାଲିମ ଦାତାଙ୍କ ନିର୍ଦେଶ କ୍ରମେ କରୁଛନ୍ତି କଠିନ ଅଭ୍ୟାସ । ଦୌଡ଼, ରଶି ଚଡିବା, ପୁସଅପ, ଵିମ,ହାଇ ଜମ୍ପ୍ , ଲଙ୍ଗ୍ ଜମ୍ପ୍ ପରି ବିଭିନ୍ନ ପ୍ରକାରର ଶାରୀରିକ ଅଭ୍ୟାସ କରାଯିବା ସହ ଜୀବନରେ କିପରି ଉନ୍ନତି କରିହେବ ସେ ବିଷୟ ପ୍ରତିଦିନ ତାଲିମ ଦେବାର ଦେଖିବାକୁ ମିଳୁଛି ।
ସେହିପରି ସନ୍ଧ୍ୟା ସମୟରେ ଲିଖିତ ପରିକ୍ଷା ନିମନ୍ତେ 4 ରୁ 6:30 ପର୍ଯ୍ୟନ୍ତ ମଧ୍ୟ ତାଲିମ ଦିଆଯାଉଛି । ଏହି ଅବସରପ୍ରାପ୍ତ ତିନି ସାମରିକ ବାହିନୀ ନିଜସ୍ପ ଖର୍ଚ୍ଚରେ ବିଭିନ୍ନ ସାମଗ୍ରୀ ମାନ ଆଣି ପ୍ରଶିକ୍ଷଣ ଦେଉଛନ୍ତି ଏବଂ ସମସ୍ତଙ୍କୁ ବିନା ମୂଲ୍ୟରେ ତାଲିମ ମଧ୍ୟ ଦେଉଛନ୍ତି ।
ଏହି ୟୁଥ ଫିଜିକାଲ ଏକାଡେମୀ ଅନେକ ଯୁବକ ଯୁବତୀ ସଫଳ ହୋଇଥିବାବେଳେ ଭବିଷ୍ୟତରେ ମଧ୍ୟ ଆହୁରି କିଛି ଯୁବକଙ୍କୁ ସଫଳ କରିବାର ଲକ୍ଷ୍ୟ ରଖିଛନ୍ତି l
ଆହୁରି ପଢନ୍ତୁ ଓଡିଶା ଖବର...