ବାଲେଶ୍ୱର: ଡ୍ରଗ୍ସ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ବାଲେଶ୍ୱର । ଏକଥା ଆମେ କହୁନୁ, ନିକଟରେ ବାରମ୍ବାର ଡ୍ରଗ୍ସ ମାଫିଆଙ୍କ କାର୍ଯ୍ୟକଳାପ ଏହା ବୟାନ କରୁଛି । ନିକଟରେ ଅନେକ ଥର ଜଳେଶ୍ୱରରୁ ଡ୍ରଗ୍ସ ମାଫିଆଙ୍କ ସମେତ ବହୁ ପରିମାଣରେ ଡ୍ରଗ୍ସ ଜବତ କରିଛି ପୋଲିସ । ଏହାପରେ ଏସଟିଏଫ୍ ତନାଘନା ଜାରି ରଖିଥିଲା ।
ବାଲେଶ୍ୱରରେ ପୁଣି ଏସ୍ଟିଏଫ୍ ଟାର୍ଗେଟରେ ଜଳେଶ୍ୱରର ଡ୍ରଗ୍ସ ମାଫିଆ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରାଜପୁର ଓ ଶେଖୱାଡ଼ ବସ୍ତିରେ ଏସ୍ଟିଏଫ୍ ବାରମ୍ବାର ଚଢ଼ାଉ କରି ବହୁ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି । ତେବେ ଆଜି ଏସ୍ଟିଏଫ୍ ତରଫରୁ ଜଳେଶ୍ୱର ରାଜପୁର ବସ୍ତିରେ ଚଢ଼ାଉ କରି 30 ଗ୍ରାମ ବ୍ରାଉନସୁଗର ଜବତ ସହ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଅଟକ ରଖିଛି ।
ଜବତ ବ୍ରାଉନସୁଗରର ମୂଲ୍ୟ 3ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଯୁବକ ଜଣକ ହେଲେ ରାଜପୁର ବସ୍ତିର ଶେଖ ଲାଲା ବାବୁ ଓ ଯୁବତୀ ଜଣକ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।
