ପିଲା ଚୋରି ସନ୍ଦେହରେ ଦୁଇ ଅଟକ
by Smruti Parija
କେନ୍ଦ୍ରାପଡା: ପିଲା ଚୋରି ସନ୍ଦେହରେ ଦୁଇ ଅଟକ । ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁରେ ପିଲା ଚୋରି ଅଭିଯୋଗରେ ବୁଲା ବେପାରୀକୁ କାବୁ କରି ବୁଲା ବିକାଳିକୁ ପିଟିଲେ ଗ୍ରାମବାସୀ । ପଂଚାୟତ ଗୃହରେ ଅଟକ ରଖି ମାଡ଼ ମାରିଲେ । ଶାସନ ଛକରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ମୋଟର ସାଇକେଲରେ ଗାଁକୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସି ନିମପୁର ଶାସନ ଗାଁର ଅରୁଣ ମଳିକଙ୍କ 7 ବର୍ଷର ପୁଅକୁ ଡବାରେ ପୁରାଇ ନେଉଥିବା ବେଳେ ଦୁଇ ଜଣଙ୍କୁ ଅଟକାଇ ନିର୍ଧୁମ ପିଟିଥିଲେ ଗ୍ରାମବାସୀ ।
ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପହଁଚି ବୁଲା ବେପାରୀଙ୍କୁ ନେବା ବେଳେ ଗ୍ରାମବାସୀମାନେ ପୋଲିସ ଗାଡିକୁ ବଡ଼ାବାଡି କରି ଗାଡିକୁ ଯିବାକୁ ବିରୋଧ କରିବା ସହ ଅଭିଯୁକ୍ତକୁ ଆକ୍ରମଣ କରିଥିଲେ l ଗାଁରେ ପ୍ରକାଶ ପାଇଛି ପ୍ରବଳ ଉତ୍ତେଜନା । ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତରେ ରଖି ତଦନ୍ତ ଜାରି ରଖିଛି ।