ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଖାଇ ଘରେ ଶୋଇଥିଲେ । ତେବେ ସକାଳୁ ସେମାନେ ଘରୁ ନ ଉଠିବାରୁ ସକାଳ ୭ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟ ମାନେ ଆଉ ଉଠି ନଥିଲେ ।
ତେଣୁ ପରିବାର ଲୋକେ ଗୋଟିଏ ଟେମ୍ପୁ ସାହାଯ୍ୟ ରେ ସକାଳୁ ସକାଳୁ ସେମାନଙ୍କୁ ଉନଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏନେଇ ଚନ୍ଦ୍ରଗିରି ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ