ସେହିପରି ବ୍ରହ୍ମପୁରରେ ହୋଲି ଖେଳି ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ମୃତ୍ୟୁ। ଲାଞ୍ଜିପଲ୍ଲୀ ସ୍ଥିତ ମାର୍କେଣ୍ଡେଶ୍ବର ପୋଖରୀରେ ଗାଧୋଇବା ବେଳେ ଯୁବକ ଜଣଙ୍କ ବୁଡି ଯାଇଛନ୍ତି। ମୃତ ଯୁବକ ଜଣକ ହେଲେ ପପୁ ସିଂ। ଦୀର୍ଘ ଏକ ଘଣ୍ଟାର ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଦ୍ବାରା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି।
ଇନ୍ଦ୍ରାବତୀ ନଦୀରେ ବୁଡ଼ି ଦୁଇ ମୃତ

କୋରାପୁଟ: ଇନ୍ଦ୍ରାବତୀ ନଦୀରେ ବୁଡ଼ିଯାଇ ୨ ଯୁବକ ପ୍ରାଣ ହରାଇଛନ୍ତି। କୋଟପାଡ଼ ପାଖ ଇନ୍ଦ୍ରାବତୀ ନଦୀରେ ଗାଧୋଇବାବେଳେ ସେମାନେ ପାଣିରେ ବୁଡି ଯାଇଥିଲେ। ହୋଲି ଖେଳିସାରି ଗାଧୋଇବାକୁ ଯିବାବେଳେ ଏହି ଅଘଟଣ ଘଟିଛି।
Download Argus News App
