ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ଦୁଇ ବାଇକ ମୁହାଁମୁହିଁ, ୨ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ପୋଲ ଉପରେ ଦୁଇ ବାଇକ ମୁହାଁମୁହିଁ । ଫଳରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ପୂଜାରିଗୁଡାର ସନ୍ତୋଷ ଶବର ଓ କେନ୍ଦୁଝର ଅଞ୍ଚଳର ପିଣ୍ଟୁ ମହନ୍ତ । ସନ୍ତୋଷ ଶବର ମଦ୍ୟପାନ କରି ଦ୍ରୁତ ଗତିରେ ବାଇକ ଚାଳନା କରି ଗୁଣୁପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ପିଣ୍ଟୁଙ୍କ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ଗୁଣୁପୁର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଆହତ ମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ପିଣ୍ଟୁଙ୍କ ଗୋଡ଼ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁଣୁପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
