କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ନିକଟରେ ଘଟିଛି ଘଟଣା । ଓଡପୁର_ମାଝିଗୁଡା ଗ୍ରାମ ମଧ୍ୟରେ ଭାରତମାଳା ପ୍ରକଳ୍ପରେ ରାସ୍ତା ନିର୍ମାଣ ପାଇଁ ଠିକାଦାର ଜଣକ ମାଟି ଖୋଳିଗାତ କରିଥିଲେ । ଗଭୀର ଗାତରେ ବର୍ଷା ପାଣି ଜମି ରହିଥିଲା । ବର୍ଷା ପାଣି ନିସ୍କାସନ ହେବାକୁ ରାସ୍ତା ନଥିଲା ଫଳର ଗାତରେ ପାଣି ଜମି ରହିଥିଲା । ସେହି ରାସ୍ତାରେ ଯାଉଥିବାବେଳେ ପିଲାମାନେ ପାଣି ଭର୍ତ୍ତି ଗାତରେ ଖସି ଯାଇଥିବା ସନ୍ଦେହ କରାଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡିଗଲେ ଶିଶୁ

କୋରାପୁଟ: କୋରାପୁଟରେ ଅଭାବନୀୟ ଘଟଣା । କୋରାପୁଟ ସଦର ଥାନା ମାଝିଗୁଡା ନିକଟରେ ପାଣି ଭର୍ତ୍ତି ଗାତରେ ବୁଡି 4 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ନାବାଳିକା ଓ ଜଣେ ନାବାଳକ ରହିଛନ୍ତି। ସେମାନଙ୍କର ବୟସ ୫ ରୁ ୭ ବର୍ଷ ମଧ୍ୟରେ ହେବ । ଗ୍ରାମବାସୀ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
