ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳରେ ହଠାତ୍ ଆଜି ସକାଳେ ନିଶା ଅବସ୍ଥାରେ ଆସିଲେ ଯୁବକ । କିଛି ନହେଉଣୁ ଲୋକଙ୍କ ଉପରେ ଆକ୍ରମଣ କଲେ । ଜଣେ ଚା ଦୋକାନୀଙ୍କ ଉପରେ ଆକ୍ରମଣ କଲାବେଳେ ଆଉ ଜଣେ ଆସି ବଞ୍ଚାଉଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ଏଥିରେ ବିଶେଷ ଭାବରେ କେହି ଆହତ ହୋଇନଥିବାବେଳେ ଅନେକ ଦୋକାନକୁ କ୍ଷତି ପହଞ୍ଚାଇଛନ୍ତି ।
ତେବେ ରାଜଧାନୀରେ କ୍ରାଇମ୍ ଦିନକୁ ଦିନ ବଢିଚାଲିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜଧାନୀ ଏଭଳି ନଥିଲା । କିନ୍ତୁ ଦିନକୁ ଦିନ କ୍ରାଇମ ବଢୁଛି । କମିଶନରେଟ ପୋଲିସ ଥାଇ ସୁଦ୍ଧା କିପରି କ୍ରାଇମ ବଢିବାରେ ଲାଗିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।