ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ (S-WIN) ସୂତ୍ର ପକ୍ଷରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଆଜି ଏକ ସ୍ଥାନରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।
ଏହି ଘଟଣାରେ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ।
ତେବେ ଘଟଣା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ ଚାଲିଥିବା କାରଣରୁ ଆସନ୍ତାକାଲି ଦିନ ୧୧ଟା ସମୟରେ ବାରିପଦା ସ୍ଥିତ ଫିଲ୍ଡ ଡାଇରେକ୍ଟର-କମ-ଆରସିସିଏଫ, କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...