ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା
ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ
ବାଲେଶ୍ୱର: ବସ୍ତା ଥାନା ଅନ୍ତର୍ଗତ ସୋଲପଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମାମୁଁଙ୍କ ବାହାଘରକୁ ଆସି ପୋଖରୀରେ ବୁଡ଼ି ଭାଣିଜୀ ସହ କକା ଝିଅ ଭଉଣୀଙ୍କ ମୃତ୍ୟୁ । ମୃତ ଦୁଇଜଣ ହେଲେ ଇତିଶ୍ରୀ ଜେନା ଓ ବର୍ଷା ପରମାଣିକ । ଉଭୟଙ୍କ ବୟସ ୭ ବର୍ଷ ।
ଉଭୟ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିବା ଜଣାପଡିଛି । ପରିବାର ଲୋକେ ଉଭୟଙ୍କୁ ପୋଖରୀରେ ଭାସୁଥିବା ଦେଖି ମେଡିକାଲକୁ ନେଇଥିଲେ । ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଝିଅଙ୍କ ମୃତ୍ୟୁକୁ ନେଇ ବଗଚରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ନଦୀ ପହଁରି ପାର୍ ହେଉଥିଲେ, ଭାସିଗଲେ

ପୁରୀ: ପୁରୀ ସଦର ବ୍ଲକ ରତ୍ନଚିରା ନଦୀରେ ଭାସିଗଲେ ବୃଦ୍ଧ । ନଦୀ ପାର ବେଳେ ଭାସିଗଲେ ଖଣ୍ଡିଘର ଗ୍ରାମର ଭିମସେନ ସ୍ୱାଇଁ । ଗଉଡିକେରା ଗ୍ରାମରୁ କୋରଙ୍ଗା ଗ୍ରାମକୁ ରତ୍ନଚିରା ନଦୀରେ ପହଁରି ପାରି ହେଉଥିଲେ ବୃଦ୍ଧ । ନଦୀରେ ଭାସିଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛ
Download Argus News App
