ବଡ଼ ଝିଅ ହିରା ସ୍ୱାମୀ ପରିତ୍ୟକ୍ତା ହୋଇ ଘରେ ସାନ ଭଉଣୀ ସହିତ ରହୁଛନ୍ତି। ମା,ବାପ ଛେଉଣ୍ଡ ଦୁଇ ଭଉଣୀ ଅଭାବ ଅନଟନରେ ଦିନ କାଟୁଛନ୍ତି ଏହି ଦୁଇ ଭଉଣୀଙ୍କୁ ମାସକୁ ୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦୁଇଟି ରାସନ୍ କାର୍ଡରେ ୫ କେଜି ଲେଖାଏଁ ଚାଉଳ ପାଉଛନ୍ତି ଏତିକି ହେଉଛି ଏମାନଙ୍କ ସମ୍ବଳ ଘର ଖଣ୍ଡକ ହେଉଛି ନୁଆଁଣିଆ ଭଙ୍ଗା ଦଦରା ଚାଳଘର ଘର ଭିତରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏହି ଭଙ୍ଗା ଚାଳଘରେ ଦୁଇ ଭଉଣୀ ରହୁଥିଲେ ମଧ୍ୟ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ପ୍ରତି ଦିନ ସକାଳୁ ଉଠି ଦୁଇ ଭଉଣୀ ନିଜର ଘାସ କାଟିବା ଜଞ୍ଜାଳ ରେ ବାହାରିପଡ଼ନ୍ତି ସେହି ଘାସ ବିଡାକୁ ମୁଣ୍ଡରେ ମୁଣ୍ଡେଇ ବିକ୍ରି ପାଇଁ ନେଇ ଆସନ୍ତି ସେହି ଘାସ ବିଡାକୁ ୨୦ ରୁ ୨୫ ଟଙ୍କାରେ ବିକ୍ରି କରିଥାନ୍ତି । ଦୈନିକ ଏତିକି ରୋଜଗାର ରେ ଏହି ଦୁଇ ଭଉଣୀ ଜୀବିକା ନିର୍ବାହ କରିଥାନ୍ତି ।
ନୁଆଣିଆ ଚାଳଘର ଭିତରେ ଦୁଇ ଭଉଣୀ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏମିତିକି ଏମାନଙ୍କୁ ଦିନେ ଦିନେ ମୁଢ଼ି ଖାଇ ରହିବାକୁ ପଡ଼ିଥାଏ ସରକାର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ୭୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ଏହି ଦୁଇ ମୁକ, ବଧିର ଭିନ୍ନକ୍ଷମ ଭଉଣୀଙ୍କ ପାଇଁ ସରକାର ୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଛିନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଲେଖାଏଁ ଚାଉଳ ମିଳୁଥିବା ରୁ ଦୁଇ ଭଉଣୀଙ୍କୁ ଚଳିବା ପାଇଁ କଷ୍ଟକର ହୋଇ ପଡୁଛି।
ଯଦି ସରକାର ଏହି ଦୁଇ ଭିନ୍ନକ୍ଷମ ଙ୍କୁ ମାସିକ ଭତ୍ତା ୭୦୦ ଲେଖାଏଁ ଏବଂ ରାସନ୍ କାର୍ଡରେ ୩୫ କେଜି ଲେଖାଏଁ ଚାଉଳ ପ୍ରଦାନ କରନ୍ତେ ତେବେ ଏମାନଙ୍କୁ ଚଳିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡନ୍ତାନି ବୋଲି ଅଞ୍ଚଳ ବାସୀ କହିଛନ୍ତି।ତେବେ ଦେଖିବାକୁ ବାକି ରହିଛି ସରକାର କେବେ ଏହି ମୁକ, ବଧିର ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ମାସିକ ଭତ୍ତା ୭୦୦ ଟଙ୍କା ଏବଂ ମାସିକ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: