ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଂଚଳରୁ ଏକ ବନ୍ଦ କୋଠରୀରୁ ୨ଜଣ ବଲାଙ୍ଗୀର ଜିଲ୍ଲା ଖପରାଖୋଲ ଅଂଚଳର ଲିମା ବାଗ ଓ ସଙ୍ଗିତା ବାଗଙ୍କୁ ଟାଉନ ପୁଲିସ ଉଦ୍ଧାର କରିବା ସହ ଝିଅକୁ ବନ୍ଦ କରି ରଖିଥିବା ଅଭିଯୋଗରେ୨ ଜଣଙ୍କୁ ଅଟକ ରଖିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ରଂଜିତ ସାହୁ ଫେରାର ରହିଛି। ବଲାଙ୍ଗୀର ଖପରାଖୋଲ ଅଂଚଳର ଦୁଇ ଭଉଣୀ ଦୁଇ ବର୍ଷ ହେଲା ତାମିଲନାଡୁରେ ଟେଲରିଂ କାମ କରୁଥିଲେ।
ସେଠାରେ ଯାଜପୁର ସଦର ଥାନା ଅନ୍ତର୍ଗତ ଅବଦଲପୁ ରଚମ୍ପାଛନ୍ଦା ବଣିଆ ସାହି ଅଂଚଳର ରଂଜିତଙ୍କ ସହ ତିନି ମାସ ହେବ ଇନଷ୍ଟାଗ୍ରାମରେ ଦେଖା ହୋଇଥିଲା। ପରେ ସେମାନଙ୍କ ମଧ୍ୟରୁ ରଂଜିତ ଲିମାକୁ ବିବାହ ପ୍ରତିଶ୍ରୃତି ଦେବା ସହ ଅନ୍ୟ ଜଣକୁ ଅନ୍ୟତ୍ର ବିବାହ କରାଇ ଦେବା ପ୍ରତିଶୃତି ଦେଇ ଯାଜପୁରକୁ ଡକାଇଥିଲା।
ଦୁଇ ଭଉଣୀ ଟ୍ରେନ ଯୋଗେ ଯାଜପୁରରେ ପହଂଚିବା ପରେ ରଂଜିତ ସୁନ୍ଦୁରେଇମୁହଁ ଅଂଚଳର ନିଜେ ଭଡା ଘରେ ତାଲା ପକାଇ ରଖିଥିଲା। ଏକ ମାସ ହେଲା ଝିଅ ଦ୍ବୟଙ୍କୁ ଘରେ ବନ୍ଦ ରଖିଥିଲେ। ଦୁଇ ଭଉଣୀ ଆଜି କୌଣସି ଉପାୟରେ ଖସି ଆସି ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ଙ୍କ ପରିବାର ରୁ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।