ଅଭିଯୋଗ ଅନୁଯାୟୀ, ସ୍କୁଲର ଉକ୍ତ ଶିକ୍ଷୟିତ୍ରୀ ଗତ ବୁଧବାର ତାଙ୍କ ପୁଅକୁ ସ୍କୁଲରୁ ଆଣିଥିଲେ। ତାଙ୍କ ପୁଅ ସହିତ ମିଶି ସ୍କୁଲର ପିଲାମାମାନେ ଖେଳୁଥିବା ସମୟରେ ପିଲାଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା। ପରେ ଶିକ୍ଷୟତ୍ରୀ ଜଣକ ଏକ ପ୍ଲାଷ୍ଟିକ ପାଇପରେ ପ୍ରଥମ ଶ୍ରେଣୀର ଛାତ୍ର ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଏହି ମାଡ଼ରେ ଜଣେ ଛାତ୍ରଙ୍କର ଆଙ୍ଗୁଳି ମଚକି ଯାଇଥିବା ବେଳେ ଆଉ ଜଣଙ୍କର ପିଠି ଫୁଲିଯାଇଥିଲା। ଦୁଇଜଣ ଛାତ୍ର ଏହି ବିଷୟରେ ଘରେ କହିବା ସହିତ ଆଉ ସ୍କୁଲକୁ ଆସିବେନି ବୋଲି କହିଥିଲେ। ଗୁରୁବାର ଦୁଇଜଣ ଛାତ୍ରଙ୍କ ଅବିଭାବକ ଚାଇଲ୍ଡଲାଇନରେ ଅଭିଯୋଗ କରିବା ସହିତ ସ୍କୁଲକୁ ଆସିଥିଲେ। ଏବିଷୟରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ପରିଡା କହିଛନ୍ତି, ଉକ୍ତ ଶିକ୍ଷୟିତ୍ରୀ ସ୍କୁଲରେ ଅନୁପସ୍ଥିତ ଅଛନ୍ତି। ସେ ଏହାର ତଦନ୍ତ କରି ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।