କୋଭିଡକୁ ଦୃଷ୍ଟିରେ ରଖି ତିଆରି କଲେ ଝାଳ ମୁକ୍ତ ବା ସ୍ୱେଟ୍ ଫ୍ରି ମାସ୍କ । ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଶିଫା ପ୍ରିଯିମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ତ୍ରିଶା ପାତ୍ର ତିଆରି କରିଛନ୍ତି ଏଭଳି ମାସ୍କ । କରୋନା ସମୟରେ ସମସ୍ତେ ମାସ୍କ ଲଗାଇବା ଜରୁରୀ ହୋଇପଡିଥିଲା । କିନ୍ତୁ ଅନେକ ଲୋକ ମାସ୍କ ପିନ୍ଧିବାରେ ଅସୁବିଧା ଅନୁଭବ କରିଥିଲେ ତେଣୁ ସୁବିଧା ପାଇଁ ଏହିଭଳି ମାସ୍କ ସେ ତିଆରି କରିଛନ୍ତି । ଯେଉଁଥିପାଇଁ ଓଡ଼ିଆ ଝିଅ ଏବେ ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ମେଳା ପ୍ରତିଯୋଗିତା କରିବେ ପ୍ରତିଦ୍ୱନ୍ଦୀ । ଏହି ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ ବିଜେଇଏମ ସ୍କୁଲରୁ ୬ ଜଣ ପିଲା ବିଭିନ୍ନ ପ୍ରୋଜେକ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ରାଜ୍ୟସ୍ତରରେ ଶିଫା ଏବଂ ତ୍ରିଶା ଉତ୍ତୀର୍ଣ୍ଣ ହୋଇଥିଲେ । ସେଥିପାଇଁ ଆଜି ସ୍କୁଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଏହାସହ ସ୍କୁଲର କେ. ପବନ କୁମାର ନାମକ ଛାତ୍ର କୋଭିଡ ୧୯ ଭୟାବହତା ଉପରେ ଏକ ଆର୍ଟିକିଲ ଲେଖି ଜାତୀୟ ସ୍ତରରେ ଟପ ୯ ରାଙ୍କ ରଖିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷା ଅନୁସନ୍ଧାନର ପଦାର୍ଥ ବିଜ୍ଞାନର ପ୍ରଫେସର ନଚିକେତା କେ ଶର୍ମା । ସ୍ୱାଗତ ଅଭିଭାଷଣ ରଖିଥିଲେ ସ୍କୁଲ ଅଧଃକ୍ଷା ସନ୍ଧ୍ୟା ଜେନା । ପ୍ରଫେସର ଶର୍ମା କହିଛନ୍ତି ଜାତୀୟ ବିଜ୍ଞାନ ଦିବସ ୧୯୮୭ ମସିହାରୁ ପାଳନ ହେଉଛି । ବିଶେଷ କରି ଯେଉଁ ଛାତ୍ର ଛାତ୍ରୀମାନେ ରିସର୍ଚ୍ଚ କରିବାକୁ ଚଂହୁଛନ୍ତି ସେମନେ ଆତ୍ମନିର୍ଭର ହେବା ଆବଶ୍ୟକ। ନିଜ ଭିତରେ ଥିବା ଗୁଣକୁ ଚିହ୍ନିବା ଦରକାର । ଛାତ୍ର ଜୀବନରେ କିଛି କରି ଦେଖାଇଲେ ହିଁ ସମାଜର ଉଦିୟମାନ୍ ବ୍ୟକ୍ତି ହିସାବରେ ସମସ୍ତେ ଗଣା ହୋଇପାରିବେ । ଛାତ୍ରଛତ୍ରୀ ପରିଶ୍ରମୀ ହେବା ନିହାତି ଜରୁରୀ । ସେପଟେ ସ୍କୁଲ ସଦସ୍ୟମାନେ ବି ଏ ଦିଗରେ ବେଶ ସାହାଯ୍ୟ କରି ହେବା ଆବଶ୍ୟକ ଯାହାଫଳରେ ପିଲାମାନେ ନୂଆ ନୂଆ ଉନ୍ମାଦନା ଓ ଉଦ୍ଭାବନର ସ୍ୱପ୍ନ ଦେଖି ଶାକାର କରିପାରିବେ ।