ଟ୍ରାନଫର୍ମର କିଛି ଅଂଶ ଖଣ୍ଡ କରି ଦୁର୍ବୃତ୍ତ ମାନେ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏ ନେଇ ଦୁଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଅବଗତ କରିବା ଶହ ପାଳଲହଡା ପୋଲିସ ରେ ଅଭିଯୋଗ କରିଛନ୍ତି।
ବିଦ୍ୟୁତ ଟ୍ରାନ୍ସଫର୍ମ ଚୋରି ଅନ୍ଧାରରେ ଦୁଇଟି ଗାଁ

ଅର୍ଗସ ବ୍ୟୁରୋ : ଅନଗୁଳ ଜିଲ୍ଲା ପାଳଲହଡା ଥାନା ଗୁରୁଣ୍ଡିଆମୁଣ୍ଡା ଓ ତିରିବି ଗ୍ରାମରୁ ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଦୁଇଦିନ ହେବ ଅନ୍ଧାରରେ ଦୁଇଟି ଗାଁର ଶତାଧିକ ପରିବାର। ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲାଇନ କାଟି ଉଭୟ ଗାଁରେ ଲାଗିଥିବା 25 ୱାଟ ର ଦୁଇଟି ଟ୍ରାନ୍ସଫର୍ମର ଭାଙ୍ଗି ଭିତରେ ଥିବା ସମସ୍ତ ଯନ୍ତ୍ର ପାତି ନେଇଯାଇଛନ୍ତି।
Download Argus News App
