ବିଳମ୍ବିତ ରାତିରେ ଡାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଥିବା ବେଳେ ଅନ୍ୟ ଜଣେ ବିହାର ଅଂଚଳର ୨୪ ବର୍ଷିୟ ଅବଦୁଲ କ୍ୱାଦିର ନିଜ ସାଥିମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ ଯାଉଥିଲେ। ଟ୍ରେନର ଦ୍ୱାର ସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତ ରାତିରେ ସୋର ଷ୍ଟେସନର କିଛି ଦୂର ତଳନଗର ନିକଟରେ ଖସିପଡିଥିଲେ। ସାଥୀମାନେ ଟ୍ରେନର ଚେନ କୁ ଟାଣି ଗାଡି ଅଟକାଇବା ସହ ପୁଲିସ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: