ମାଁ ମନରେ ଅନେକ ବେଦନା । ପୁଅ କେବେ ଠିକ୍ ଆଉ ପୁଣି ପାଠ ପଢି ଭଲ ମଣିଷ ହେବ ।ପୁଅ ଚିନ୍ତାରେ ପୁରା ପରିବାର।ଘରେ ଯାହା ଥିଲା ତାହା ସବୁ ଖର୍ଚ୍ଚ କରି ନୟାନ୍ତ ହେଲେଣି ପରିବାର। ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ରେ ମଧ୍ୟ ଯାହା ଥିଲା ସବୁ ଖର୍ଚ୍ଚ ହୋଇ ସାରିଛି ।ବର୍ତ୍ତମାନ ପୁଣି ଅପରେସନ କରାଯିବ ।ହେଲେ ହାତରେ ଟଙ୍କାଟିଏ ନଥିବାରୁ ଭାଙ୍ଗି ପଡିଛନ୍ତି ପୁରା ପରିବାର ।ଅନେକ ଥର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ଗୁହାରି କଲେ ମଧ୍ୟ କେହି ଶୁନୁନଥିବା ଅଭିଯୋଗ କରିଛନ୍ତି ।ସଦଭାବନା ଗୃହରେ ହେଉଥିବା ଅଭିଯୋଗ ଶିବିର ଆସି ପୁଣି ପୁଅ ର ଚିକିତ୍ସା ପାଇଁ ଗୁହାରି କରିଛନ୍ତି ପରିବାର ।ଅନ୍ୟପଟେ ଯିଏ ଏହି ଘଟଣା କରିଛି ତାହାରି ଉପରେ ଚାର୍ଟ ସିଟ କରିଛୁ ଏବଂ କାହାକୁ ମଧ୍ୟ ଛଡାଯିବ ନାହିଁ ।ମୁଁ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ।
ତେବେ ପ୍ରଶ୍ନ ଉଠୁଛି ପୋଲିସ କର୍ମଚାରୀ ମାନେ ଦୁର୍ଘଟଣା ଘଟାଇଛନ୍ତି ବୋଲି ପୋଲିସ କାର୍ଯ୍ୟାନୁଷ୍ଠାନ କରୁନାହିଁ କି , କଲେଜ୍ ଏବଂ ସହର ମଧ୍ୟରେ ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଦୃତ ଗତିରେ ଗାଡ଼ି ଚଳାଇବା ଠିକ୍ କି ବୋଲି ସାଧାରଣରେ ଚର୍ଚା ହେଉଛି ।କେବେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀ ଙ୍କ ସୁଦୃଷ୍ଟି ଏହି ଦୁଇ ଛାତ୍ରଙ୍କ ଉପରେ ପଡ଼ିବ ଏବଂ ପୁଣି ଥରେ ସେହି ଯୁବକ ଠିକ୍ ହୋଇ ପାଠ ପଢ଼ିବେ ତାକୁ ହିଁ ଅପେକ୍ଷା ।