କୋର୍ଟ ପରିସରରେ ଆଇନଜୀବୀ ନାରାବାଜି କରିବା ସହ ଅଭିଯୁକ୍ତଙ୍କ ଫାଶି ଦାବି କରିଥିଲେ। ଏଟିଏସର ଏକ ଟିମ ଉଦୟପୁରରେ କହ୍ନେୟାଲାଲଙ୍କ ନୃଶଂସ ହତ୍ୟାର ଚାରି ଅଭିଯୁକ୍ତଙ୍କୁ କଡା ସୁରକ୍ଷା ଭିତରେ ଶନିବାର ଜୟପୁର ଏନଆଇଏ କୋର୍ଟରେ ହାଜର କରିଥିଲା। ଗତ ଜୁନ ୨୮ ତାରିଖରେ କହ୍ନେୟାଲାଲଙ୍କ ହତ୍ୟା ପରେ ରାଜ୍ୟ ସରକାର ଏସଆଇଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଥିଲେ। କିନ୍ତୁ ପରେ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ୍ ବାହାରିବା ପରେ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ମାମାଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ଏନଆଇଏ କୋର୍ଟ ୧୦ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।
ଜନ ଆକ୍ରୋଶର ଶୀକାର ଉଦୟପୁର ବର୍ବର ହତ୍ୟାକାଣ୍ଡ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ: ଜନ ଆକ୍ରୋଶର ଶୀକାର ଉଦୟପୁର ବର୍ବର ହତ୍ୟାକାଣ୍ଡ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରୁ ନେବା ସମୟରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଉପସ୍ଥିତ ଲୋକମାନେ ଅଭିଯୁକ୍ତଙ୍କୁ ଆକ୍ରମଣ ପାଇଁ ଚେଷ୍ଟା ଥିଲେ । ପୋଲିସ ଏବଂ କମାଣ୍ଡୋଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଉପରେ ଜୋତା ଚପଲ ଏବଂ ଚାପୁଡା ସହ ଲାତ ମାଡ଼ କରିଥିଲେ ଲୋକମାନେ । ସେମାନଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ବସାଯାଇଥିଲା । ଉଦୟପୁର ଘଟଣାରେ ଆଇନଜୀବୀଙ୍କ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଛି ।
Inflation has eased, but its persistence at elevated levels warrants policy responses

Mumbai, Aug 18: Even though India's inflation has eased, it still remained above the Reserve Bank of India's (RBI) tolerance band and hence it warrants appropriate policy responses to anchor expectations going forward.
"Easing of supply chain pressures and the recent ebbing of commodity prices
Download Argus News App
