ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା ଏବଂ ତାଙ୍କୁ କୋଭିଡ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଶବ ସତ୍କାର କରିବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ବଡ଼ପୁଅର ଅକାଳ ବିୟୋଗ ଖବର ପାଇ ଜଟଙ୍କ ଜୀବନ ଚାଲି ଯାଇଥିଲା।
ଜଟଙ୍କ ତିନି ପୁଅଙ୍କ ମଧ୍ୟରୁ ମଝିଆଁ ପୁଅ ତାମିଲନାଡୁକୁ କାମ କରିବାକୁ ଯାଇଛନ୍ତି। ବାପା ଏବଂ ବଡଭାଇଙ୍କ ମୃତ୍ୟୁ ଖବର ଶୁଣି ସେ ଘରକୁ ଫେରିବାକୁ ଚାହୁଁଛନ୍ତି। ମାତ୍ର ତାଙ୍କୁ କମ୍ପାନି ମାଲିକ ଛାଡ଼ୁ ନଥିବାରୁ ସେ ଘରକୁ ଆସିପାରୁ ନାହାନ୍ତି ବୋଲି ଏକ ଭିଡିଓ ଜରିଆରେ ସୂଚନା ଦେଇଛନ୍ତି।